fbpx

ପଞ୍ଜାବ କିଙ୍ଗସର ମଙ୍ଗ ଧରିବେ ମୟଙ୍କ ଅଗ୍ରୱାଲ: ୧୨ କୋଟି ଟଙ୍କାରେ ରିଟେନ୍ କରିଥିଲା ଫ୍ରାଞ୍ଚାଇଜି

ନୂଆଦିଲ୍ଲୀ: ଆଇପିଏଲ ଫ୍ରାଞ୍ଚାଇଜି ପଞ୍ଜାବ କିଙ୍ଗସକୁ ମିଳିଛି ନୂତନ ଅଧିନାୟକ । ବିଗତ ୩ ସିଜିନ ଧରି ଦଳର ପ୍ରମୁଖ ଖେଳାଳି ରହି ଆସିଥିବା ମୟଙ୍କ ଅଗ୍ରୱାଲଙ୍କୁ ଦଳ ଅଧିନାୟକ ଭାବରେ ଘୋଷଣା କରିଛି । ବିଗତ ସିଜିନରେ ମୟଙ୍କଙ୍କୁ ଦଳ ରିଟେନ୍ କରିଥିବା ବେଳେ ତାଙ୍କୁ ୧୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ସାଥୀ ଭାରତୀୟ ଓପନର ତଥା ପଞ୍ଜାବ କିଙ୍ଗସର ପୂର୍ବତନ ଅଧିନାୟକ କେ ଏଲ୍ ରାହୁଲ ଲକ୍ଷେ୍ନøର ଅଧିନାୟକ ହେବା ପରେ ମୟଙ୍କଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ଚଳିତ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ନୂତନ ଅଧିନାୟକଙ୍କ ଅଧିନରେ ପଞ୍ଜାବ କିଙ୍ଗସ ଚମକ୍ରାର ପ୍ରଦର୍ଶନର ଆଶା ରଖିବ ।

ମୟଙ୍କ ଅଗ୍ରୱାଲ ଭାରତ ପାଇଁ ୧୯ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୧୪୨୯ ରନ କରିଛନ୍ତି । ଏହା ସହିତ ୫ଟି ଦିନିକିମଆରୁ ୮୬ ରନ କରିଛନ୍ତି ମୟଙ୍କ । ମୟଙ୍କଙ୍କ ଅଧିନାୟକତ୍ୱରେ ପଞ୍ଜାବ ଭଲ ପ୍ରଦର୍ଶନ କରିବା ନେଇ ମୁଁ ଆଶା କରୁଛି ବୋଲି କହିଛନ୍ତି କିଙ୍ଗସର କୋଚ୍ ଅନୀଲ କୁମ୍ବଲେ । କୁମ୍ବଲେ କହିଛନ୍ତି ମୟଙ୍କ ୨୦୧୮ ସିଜିନ ଠାରୁ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରହିଛନ୍ତି । ଅଧିନାୟକ ଭାବରେ ମୟଙ୍କଙ୍କ ଦକ୍ଷତା ଉପରେ ମୋର ସମ୍ପୂର୍ଣ୍ଣ ଭରସା ରହିଛି । ଚଳିତ ସିଜିନରେ ସଫଳତା ହାସଲ ପାଇଁ ଦଳ ପ୍ରୟାସ କରିବ ବୋଲି କୁମ୍ବଲେ କହିଛନ୍ତି ।

Get real time updates directly on you device, subscribe now.