fbpx

କଣ ଏଥର ହେବ ରଥଯାତ୍ରା ?

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର):ରଥଯାତ୍ରା ଆୟୋଜନ ସଂପର୍କରେ ଆସିପାରେ ବଡ଼ ନିଷ୍ପତ୍ତି ।କାଲି ଗଜପତି ଓ ଶଙ୍କରାଚାର୍ୟ୍ୟଙ୍କୁ ଭେଟି ଚର୍ଚ୍ଚା କରିଥିଲେ ମୁଖ୍ୟ ପ୍ରଶାସକ। ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।ଆସନ୍ତା୨୬ ତାରଖ ଅକ୍ଷିତୃତୀୟାରୁ ଆରମ୍ଭ ହେବ ପୁରୀରେ ରଥଯାତ୍ରାର ପ୍ରସ୍ତୁତି ପର୍ବ । ୫ ଜୁନ ଏହାର ଆଦ୍ୟ ପର୍ବ ସ୍ନାନ ପୂଣ୍ଣିମାରୁ ଆରମ୍ଭ ହୋଇ ୪ ଜୁଲାଇ ନିଳାଦ୍ରୀ ବିଜେରେ ଶେଷ ହେବ । ଏହି ଉତ୍ସବ କେବଳ ପୂରୀରେ ନୂହେଁ ବରଂ ରାଜ୍ୟ ସାରା ଆଯୋଜିତ ହେବ । ରଥଯାତ୍ରାରେ ୧୫ ଲକ୍ଷରୁ ଉଦ୍ଧ୍ୱ ଲୋକ ସମାଗମ ହେଉଥିବାରୁ କିପରି ସାମାଜିକ ଦୂରତା ରକ୍ଷା କରାଯିବ ସେନେଇ ଆଲୋଚନା ହେବ । ତାଛଡା ଅନ୍ୟ ବିକଳ୍ପ ଉପରେ ମଧ୍ୟ ଆଲୋଚନା ହେବ ।ଏହା ପୂର୍ବରୁ ରାଜ୍ୟରେ ମେରୁଯାତ୍ରା,ପଣାସଂକ୍ରନ୍ତି ପାଳନରେ ମଧ୍ୟ କାଣ୍ଟଛାଣ୍ଟ କରାଯାଇଥିଲା ।

Get real time updates directly on you device, subscribe now.