fbpx

ଅନଲାଇନରେ ବିକୁଥିଲେ ସିଗାରେଟ ,ଜବତ ହେଲା ଲାଭ ସହ ମୂଳ

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର): ସାରା ଦେଶରେ ଲକ ଡାଉନ । ଅତ୍ୟବଶ୍ୟକୀୟ ଦ୍ରବ୍ୟ ଛାଡି ଅନ୍ୟ ଦ୍ରବ୍ୟ ବିକ୍ରୟ ଉପରେ ଲାଗିଛି କଟକଣା । ଏଭଳି ଅବସ୍ଥାରେ ସିଗାରେଟ ଅଭ୍ୟାସରେ ଥିବା ଲୋକଙ୍କୁ ମିଳୁନି ସିଗାରେଟ । ପାନ ସିଗାରେଟ ଦୋକାନ ଖୋଲୁଖୋଲୁ ପୋଲିସ ତଡୁଛି । ଏଣୁ ଅନ ଲାଇନରେ ସିଗାରେଟ ଯୋଗାଇବାର ଯୋଜନା କଲେ ବେଙ୍ଗାଲୁରୁର ଦୁଇଜଣ ଯୁବକ । ଅନଲାଇନରେ ସିଗାରେଟ ଯୋଗାଇବାକୁ ବିଧିବଦ୍ଧ ବିଜ୍ଞାପନ ଦେଇଥିଲେ ।ଲୋକେ ଅର୍ଡର ଦେବା ପରେ କାରରେ ସିଗାରେଟ ଲୋଡ କରି ହୋମ ଡେଲିଭରି କରିବାକୁ ଯାଉଥିଲେ । ବାସ ବାଟରେ ହାବୁଡିଗଲା ପୋଲିସ ।ମୋଟ ୩୦ ହଜାର ଟଙ୍କାର ସିଗାରେଟ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ କ୍ରାଇମବ୍ରାଂଚ ।

Get real time updates directly on you device, subscribe now.