fbpx

ପୁରୀରେ ଏହି ୫ ରାଜ୍ୟର ପର୍ଯ୍ୟଟକଙ୍କ ପାଇଁ କଡାକଡି ହେଲା କଟକଣା

ପୁରୀ, ୬ା୪ (ଓଡିଶା ଭାସ୍କର) : ପୁରୀରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କାରଣ ପୁରୀକୁ ବାହାର ରାଜ୍ୟରୁ ଅନେକ ପର୍ଯ୍ୟଟକ ଆସୁଛନ୍ତି । ସେମାନଙ୍କ ଠାରୁ ଭୁତାଣୁ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ପୁରୀରୁ ବାହାର ରାଜ୍ୟର ୧୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଯାହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ପୁରୀକୁ ମଧ୍ୟପ୍ରଦେଶ, ଛତିଶଗଡ, ମହାରାଷ୍ଟ , କେରଳ ଏବଂ ପଞ୍ଜାବ; ଏହି ୫ ରାଜ୍ୟର ପର୍ଯ୍ୟଟକ ଆସିଲେ ସେମାନଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ । କାରଣ ଏହି ୫ଟି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି ।

ସୁଚନା ଅନୁସାରେ, ପୁରୀରୁ ଉପରୋକ୍ତ ୫ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଯାଇଛି । ଏହି ପରିପ୍ରେକ୍ଷୀରେ ୭୨ ଘଣ୍ଟା ପୁର୍ବରୁ ଆରଟିପିସିଆର୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୁଳକ କରାଯାଇଛି ଅଥବା ୨ ଡୋଜ୍ କରୋନା ଟିକା ନେଇଥିଲେ ପୁରୀକୁ ପ୍ରବେଶ ଅନୁମତି ମିଳିବ । ନହେଲେ ୭ଦିନ ସଙ୍ଗରୋଧରେ ରହିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରେଳ ଷ୍ଟେସନରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯାଉଛି । ଯଦି କୌଣସି ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କ ନମୁନା ସଂଗ୍ରହ କରାଯାଇ ପୁରୀ ଜିଲ୍ଲାପାଳଙ୍କୁ ସୁଚନା ଦିଆଯିବ ।

Get real time updates directly on you device, subscribe now.