fbpx
BJD
BJD SKY
BJD SKY

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ସନ୍ଧ୍ୟା ୬ ରୁ ରାତି ୧୧ ପର୍ଯ୍ୟନ୍ତ ଦର୍ଶନ ବନ୍ଦ

ଓଡିଶା ଭାସ୍କର; ଆଜି ସନ୍ଧ୍ୟା ୬ ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର ସାଧାରଣ ଦର୍ଶନ । ପ୍ରାୟ ୫ ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ । ରାତି ୧୧ଟା ପରେ ଦର୍ଶନ ସ୍ୱଭାବିକ ହେବ ବୋଲି ସୂଚନା ରହିଛି । ଶ୍ରୀଜିୟୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଥିବା କାରଣରୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଗତକାଲି ସୂଚନା ଜାରି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ଶେଷ ହେବାପରେ ଏହି ବନକଲାଗି ନୀତି କରାଯିବ । ୨୦୧୮ ମସିହା ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତି ପରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଆସୁଛି ।

ଶ୍ରୀବିଗ୍ରହଙ୍କ ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗ ମଧ୍ୟରେ ବିବାଦ ଦେଖା ଦେଇଥିବାରୁ ନୀଳାଦ୍ରି ବିଜେଠାରୁ ମହାପ୍ରଭୁଙ୍କ ବନକଲାଗି ଅଟକି ରହିଥିଲା । ଦତ୍ତମହାପାତ୍ର ନିଯୋଗ, ଦଇତାପତି ନିଯୋଗ, ମନ୍ଦିର ପରିଚାଳନା କମିଟି ସହ ଶ୍ରୀମନ୍ଦିର ମଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳଙ୍କ ଆଲୋଚନା ହୋଇଥିଲା । ଶେଷରେ ଅଗଷ୍ଟ ୯ ତାରିଖ ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି ନୀତି ହେବ ବୋଲି ପରିଚାଳନା କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିଲା । ବିବାଦ କାରଣରୁ ଦେଢ ମାସ ପରେ ଆଜି ମହାପ୍ରଭୁଙ୍କର ବନକଲାଗି ହେବାକୁ ଯାଉଅଛି ।

 

Get real time updates directly on you device, subscribe now.