fbpx

କାଗଜ କାରଖାନାରେ ଫାଟିଲା ପାଇପ୍ ଲାଇନ: ଶ୍ରମିକ ମୃତ, ୧୨ରୁ ଅଧିକ କର୍ମଚାରୀ ଆହତ, ୩ ଜଣଙ୍କ ଅବସ୍ଥା ଗମ୍ଭୀର

ନୂଆଦିଲ୍ଲୀ: ଦେଶର ଏକ ବଡ଼ ପ୍ରମୁଖ କାରଖାନାରେ ଏକ ଧରଣର ଅଘଟଣ ଘଟିଯାଇଛି । ମଧ୍ୟପ୍ରଦେଶର ଶହଡୋଲ ସ୍ଥିତ ଓରିଏଣ୍ଟ ପେପର ମିଲରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ମିଲର ପ୍ଲପ ମେଶିନ ପାଇପ ଫାଇନ ଅଚାନକ ଫାଟି ଯାଇଥିଲା । ଫଳରେ ଘଟଣାସ୍ଥରେ ୧୨ରୁ ଅଧିକ କର୍ମଚାରୀ ଆହତ ହୋଇଥିଲେ । ଏଥିସହିତ ୩ ଜଣ କର୍ମଚାରୀଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି ।

ଖବର ମୁତାବକ, ଶହଡୋଲ ସ୍ଥିତ ଦେଶର ଅନ୍ୟତମ କାଗଜ କାରଖାନା ଓରିଏଣ୍ଟ ପେପର ମିଲରେ ଆଜି ଏକ ଅଘଟଣ ଦେଖିବାକୁ ମିଳିଥିଲା । ମିଲର ପ୍ଲପ ମେଶିନ ପାଇପ୍ ଲାଇନ ଫାଟିଯିବା ଫଳରେ ୧୨ରୁ ଅଧିକ କର୍ମଚାରୀ ଘାୟଲ ହୋଇଥିଲେ । ସୂଚନା ମିଳିବା ପରେ ସଙ୍ଗେସଙ୍ଗେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଆହତଙ୍କୁ ମେଡିକାଲକୁ ପଠାଇ ଦିଆଯାଇଥିଲା ।

ତେବେ ଏହି ଦୁର୍ଘଟଣା ଫଳରେ ୩ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ପ୍ଲପ ମେଶିନରେ ଅନ୍ୟ କିଛି ଲୋକ ଚାପି ହୋଇ ରହିଯାଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସେମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମେଣ୍ଟେନାନ୍ସ ଅଭାବ କାରଣରୁ ଓରିଏଣ୍ଟ ପେପର ମିଲରେ ଅଧିକାଂଶ ଥର ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ସକାଳ ପାଖାପାଖି ୧୦ଟା ସମୟରେ ବ୍ଳକ ମିଲ ଫାଟି ଯାଇଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କର ଅବସ୍ଥା ଶୋଚନୀୟ ରହିଛି ।

Get real time updates directly on you device, subscribe now.