fbpx
BJD
BJD SKY
BJD SKY

ଏଏସଓ ଚୟନ ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ୍

ଓଡିଶା ଭାସ୍କର; ଏଏସଓ ଚୟନ ପ୍ରକ୍ରିୟା ଉପରେ ଲାଗିଲା ରୋକ୍ । ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ରୋକ ଲଗାଇଛନ୍ତି ମାନ୍ୟବର ଓଡିଶା ହାଇକୋର୍ଟ । ଜଣିକିଆ ଖଣ୍ଡପୀଠ ରାୟ ଉପରେ ରହିତାଦେଶ ଲାଗିଛି । ଏଏସଓ ଚୟନ ପ୍ରକ୍ରିୟାକୁ ନେଇ ରାଜ୍ୟରେ ବିବାଦ ଲାଗି ରହିଥିବା ବେଳେ ଏପରି ନିଷ୍ପତି ନେଇଛନ୍ତି ହାଇକୋର୍ଟ । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ହେବ ବୋଲି ସୂଚନା ମିଳିଛି ।

ପୂର୍ବରୁ ଏଏସଓ ଚୟନ ପ୍ରକ୍ରିୟା ବିବାଦ ମାମଲାରେ ଶୁଣାଣି ଶେଷ ହୋଇଥିଲା । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଥିଲେ । ଏହାପରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହାଇକୋର୍ଟଙ୍କ ରାୟକୁ ଅବମାନନା କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ । ଏହାକୁ ଚ୍ୟାଲେଞ୍ଜ କରି ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା । ନିଷ୍ପତ୍ତିର ପୁନର୍ବିଚାର ଓ ପକ୍ଷ ନ ଥିବାରୁ ରିଟ୍ ପିଟିସନ୍ ହୋଇଥିଲା । ଏହା ପରେ ୬ ସପ୍ତାହ ମଧ୍ୟରେ ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ କରିବା ଲାଗି ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଉଲ୍ଲେଖେଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ । ୭୯୬ ଏଏସଓ ପଦ ପାଇଁ ୨୦୨୨, ଅଗଷ୍ଟ ୨୭ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା। ମୋଟ୍ ୧ଲକ୍ଷ ୪୮ହଜାର ୮୮୮ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ । ଆରମ୍ଭରୁ ବିବାଦରେ ରହିଥିବା ଏଏସଓ ପରୀକ୍ଷାକୁ ନେଇ କେତେକ ପ୍ରାର୍ଥୀ ଧାରଣା ଦେଇଥିଲେ। ଏ ନେଇ ପୂର୍ବରୁ ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା । ହାଇକୋର୍ଟଙ୍କ ନଭେମ୍ବର ୧୪ର ରାୟ ଅନୁସାରେ୨୦୧୬, ସେପ୍ଟେମ୍ବର ୩ର ବିଜ୍ଞପ୍ତି ଓପିଏସି ପରୀକ୍ଷାଫଳ ପ୍ରକାଶ କରିଥିଲା।

ସେମାନଙ୍କ ଭିତରୁ ୧୧୦୪ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ୨୦୨୨, ନଭେମ୍ବର ୭ରେ ଓପିଏସସି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ/ନଥିପତ୍ର ଯାଞ୍ଚ ଓ କମ୍ପ୍ୟୁଟର (ପ୍ରାକ୍ଟିକାଲ) ସ୍କିଲ ଟେଷ୍ଟ ପାଇଁ ଡକାଯାଇଥିଲା । କିନ୍ତୁ ଏହା ପରେ ମଧ୍ୟ ଏଏସଓ ନିଯୁକ୍ତି ପ୍ରକ୍ରିୟାର ବିବାଦ ପଛ ଛାଡି ନଥିଲା। ଏଏସଓ ପରୀକ୍ଷାରେ ନିୟମ ଉଲ୍ଲଂଘନ ହୋଇଛି। ନିୟମ ଅନୁସାରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.