fbpx

ଶ୍ରମନ୍ଦିରର ଏରିଅଲ ଭିଡ଼ିଓ ଅନଲାଇନରେ ବିକ୍ରି!

ପୁରୀ,୬ା୧୨(ଓଡ଼ିଶା ଭାସ୍କର): ପୁରୀ ଶ୍ରମନ୍ଦିରର ଏରିଅଲ ଭିଡ଼ିଓ ଅନଲାଇନରେ ବିକ୍ରି ଅଭିଯୋଗ ହୋଇଛି । ଜଗନ୍ନାଥ ଷ୍ଟକ ଭିଡ଼ିଓ ଫୁଟେଜ ସଟରଷ୍ଟକ ସାଇଟରେ ଏହି ଭିଡ଼ିଓ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ସେହି ସରଇଟରୁ ଭିଡ଼ିଓ ଡାଉନଲୋଡ଼ କଲେ ୧୭୬ଡଲାର ଦେବାକୁ ପଡ଼ୁଥିବା ସୂଚନା ମିଳିଛି । ଏହାସହ ଶ୍ରୀମନ୍ଦିର ପରିସରର ବିଭିନ୍ନ ଭିଡ଼ିଓ ମଧ୍ୟ ସାଇଟରେ ଉପଲବ୍ଧ ହୋଇଛି । ଏହି ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆଇଟି ବିଶେଷଜ୍ଞଙ୍କୁ ଘଟଣା ଅନୁଧ୍ୟାନ ପାଇଁ ଦିଆଯାଇଛି । ଆବଶ୍ୟକ ହେଲେ ସାଇବର କ୍ରାଇମ ଅନୁସାରେ ଏତଲା ଦିଆଯିବ । ଶ୍ରୀମନ୍ଦିର ନୀତି ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.