ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ମିଳିଲା ଜୀବନରୁ ମରିଦେବାର ଧମକ

News across the Earth, news close to your heart, Read Odisha Bhaskar English

ଉନ୍ନାଓ,୬ ।୧୨: ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କୁ କିରୋସିନି ଢାଳି ନିଆଁ ଲଗାଇବା ପରେ ଏବେ ତାଙ୍କ ପରିବାରକୁ ଜୀବନରୁ ମାରିଦେବାର ଧମକ ମିଳିଛି । ଏହା ସହ ତାଙ୍କ ସମ୍ପର୍କୀୟଙ୍କ ଦୋକାନରେ ନିଆଁ ଲଗାଇବାକୁ ମଧ୍ୟ ଧମକ ଦିଆଯାଇଛି । ପୀଡିତାଙ୍କ ପରିବାରର କିଛି ଲୋକ ଉନ୍ନାଓର ଶୁକ୍ଲାଗଞ୍ଜ ଅଞ୍ଚଳରେ ରହୁଛନ୍ତି । ସେଠାରେ ଅପରାଧୀଙ୍କ ପିଉସା ରହୁଥିବା ବେଳେ ସେ ପୀଡିତାଙ୍କ ପରିବାର ଲୋକଙ୍କୁ ମାରିବା ଓ ଦୋକାନରେ ନିଆଁ ଳଗାଇବାକୁ ଦମକ ଦେଉଛନ୍ତି । ଏନେଇ ପୀଡିତାଙ୍କ ପରିବାର ଲୋକେ ପୋଲିସଙ୍କୁ ସୂଚନା ଦେଇଛନ୍ତି ।

ତେବେ ଉନ୍ନାଓ ଗଣଦୁଷ୍କର୍ମର ପୀଡିତା ଏବେ ଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୀଡିତାଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କର ବଞ୍ଚିବାର ସମ୍ଭାବନା ବହୁତ କମ୍ ରହିଛି ବୋଲି ଡାକ୍ତର କହିଛନ୍ତି । ପୀହିତାଙ୍କ ଶରୀର ୯୦ % ପୋଡି ଯାଇଥିବାରୁ ତାଙ୍କୁ ବଞ୍ଚାଇବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ବୋଲି ସୁପରିଟେଣ୍ଡେଟ ସୁନୀଲ ଗୁପ୍ତା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୧୨ , ୨୦୧୮ ରେ ଅଭିଯୁକ୍ତ ଶିବମ ତ୍ରିବେଦୀଙ୍କ ପୁଅ ଶୁଭମ ତ୍ରିବେଦୀ ସାମୁହିକ ଭାବେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏ ନେଇ ସେ ୫ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ମାମଲାର ଶୁଣାଣି ଚାଲିଥିବାବେଳେ ଗୁରୁବାର ପୀଡ଼ିତା କୋର୍ଟ ଆସୁଥିଲେ। ଏଥିପାଇଁ ସେ ଗୁରୁବାର ଭୋର ସମୟରେ ରାୟବରେଲି ଯିବା ଲାଗି ବୈସୱାରା ବିହାର ରେଳ ଷ୍ଟେସନକୁ ଆସୁଥିଲେ । ଗାଁ ଠାରୁ ଅଳ୍ପ ଦୂରରେ ତାଙ୍କ ଗାଁର ହରିଶଙ୍କର ତ୍ରିବେଦୀ, କିଶୋର ଶୁଭମ, ଶିବମ ଏବଂ ଉମେଶ ନାମକ ଯୁବକ ତାଙ୍କୁ ଘେରି ଯାଇଥିଲେ। ବଳାତ୍କାର ନେଇ କ’ଣ ପାଇଁ ଅଭିଯୋଗ କରିଥିଲୁ କହି ସେମାନେ ପ୍ରଥମେ ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ପିଟିଦେବା ସହିତ ତଣ୍ଟିକୁ ଛୁରିରେ ଆକ୍ରମଣ କରିଥିଲେ। ସେ ତଳେ ପଡ଼ିଯିବା ପରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ।

Get real time updates directly on you device, subscribe now.