fbpx

ଶ୍ରୀମନ୍ଦିର ଐତିହ୍ୟ କରିଡର ବୈଠକ ଜାରି

ପୁରୀ,୪ ।୨(ଓଡିଶା ଭାସ୍କର): ଶ୍ରୀମନ୍ଦିର ଐତିହ୍ୟ କରିଡର ନେଇ ସେତୁ ଭବନରେ ପ୍ରସ୍ତୁତି ବୈଠକ ଜାରି ହୋଇଛି । ବୈଠକରେ ଗଜପତି ମହାରାଜ, ପୂର୍ତ୍ତ ସଚିବ, ପରିଚାଳନା କମିଟିର ୩ ସଦସ୍ୟ ଯଥା- ବିଜୟ ସାହୁ, ରଘୁନାଥ ମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର ଓ ସେବାୟତମାନେ ସାମିଲ ହୋଇଛନ୍ତି । ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ମଧ୍ୟ ଏହି ବୈଠକରେ ଉପସ୍ଥିତ ହୋଇଛନ୍ତି । ଲୋକମାନଙ୍କଠାରୁ ମତ ନେବା ପରେ ପ୍ରଥମ ବୈଠକ ଆରମ୍ଭ ହୋଇଛି । ଫେବ୍ରୁଆରୀ ଶେଷ ବେଳକୁ ଐତିହ୍ୟ କରିଡର ପ୍ଲାନ୍ ପ୍ରସ୍ତୁତ ହେବ ।

ତେବେ ଏହି ଶ୍ରୀମନ୍ଦିର ଐତିହ୍ୟ କରିଡର ବୈଠକକୁ ଗତକାଲି ବର୍ଜନ କରିଥିଲେ ସେବାୟତ । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କୁ ଲିଖିତ ଭାବେ ଜଣାଇଥିଲେ ପରିଚାଳନା କମିଟି ସଦସ୍ୟ । ବୈଠକକୁ ପରିଚାଳନା କମିଟି ସମସ୍ତ ସଦସ୍ୟଙ୍କୁ ଡକାନଯାଇଥିବା ନେଇ ଅସନ୍ତୋଷ ଦେଖାଦେଇଥିଲା । ପାଞ୍ଚ ଜଣ ସେବାୟତ ସଦସ୍ୟଙ୍କ ମଧ୍ୟରୁ ୩ଜଣଙ୍କୁ ଡ଼କାଯାଇଥିବା ବେଳେ ଅନ୍ୟ ୨ଜଣଙ୍କୁ ବାଦ୍ ଦିଆଯାଇଥିବାରୁ ଅସେନ୍ତାଷ ଦେଖାଦେଇଥିଲା ।

Get real time updates directly on you device, subscribe now.