fbpx

କରୋନା ଭାଇରସକୁ ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୪ା୨(ଓଡ଼ିଶା ଭାସ୍କର): କରୋନା ଭାଇରସକୁ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପିଲାଙ୍କୁୁ ଥଣ୍ଡା, ଜର ଲକ୍ଷଣ ଦେଖାଦେଲେ ଚିକିତ୍ସା ବ୍ୟବସ୍ଥା ଶିକ୍ଷକମାନେ କରିବେ । ଏଥିପ୍ରତି ଶିକ୍ଷକମାନେ ତୁରନ୍ତ ପଦକ୍ଷେପ ନେବେ ।ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇଛି ଏବଂ ସ୍କୁଲଗୁଡ଼ିକ ଏହା ପାଳନ କରିବେ ।

ଚୀନରେ କରୋନା ଭାଇରସର ଆତଙ୍କରେ ଲୋକମାନେ କୋକୂଆ ଭୟରେ ରହିଛନ୍ତି । ସେଠାରେ ସ୍ଥିତି ଦିନକୁ ଦିନ ଅଣଆୟତ ହେବାରେ ଲାଗିଛି । ଚୀନରେ କରୋନା ଭାଇରସରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଆଜିସୁଦ୍ଧା ୪୨୫ ଜଣ ଏହି ଭାଇରସରେ ମୃତ୍ୟୁବରଣ କଲେଣି । ଗୋଟିଏ ଦିନରେ ୬୪ଜଣଙ୍କର ମୃତ୍ୟୁ ହୋଇଛି । ୨୦ହଜାରରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ଭାରତର କେରଳରେ ମଧ୍ୟ ତିନିଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ମୁତାବିକ ସେମାନେ ଗତ କିଛି ଦିନ ତଳେ ଚୀନରୁ ଫେରିଥିଲେ । ଏହାସହ ଓଡ଼ିଶାର କଟକ ସ୍ଥିତ ଏସସିବିରେ ମେଡ଼ିକାଲରେ ସନ୍ଦିଗ୍ଧ କେତେ ଜଣ କରୋନା ଭାଇରସରେ ଆକ୍ରାନ୍ତ ଥିବା ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.