fbpx

ରଥଯାତ୍ରା ପ୍ରସଙ୍ଗରେ ପକ୍ଷଭୁକ୍ତ ହେଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୨ ।୬: ସୁପ୍ରିମକୋର୍ଟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମାମଲାର ଶୁଣାଣି ଆରମ୍ଭ ହୋଇଛି । ଜଷ୍ଟିସ୍ ଏସ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ମୂଳ ପିଟିସନ ସହ ମୋଟିଫିକେସନ ପିଟିସନର ଏକତ୍ର ଶୁଣାଣି ନେଇ ଶୁଣାଣି ଚାଲିଛି । ରଥଯାତ୍ରା ସପକ୍ଷରେ ୧୭ଟି ମୋଡିଫିକେସନ ପିଟିସନ ଦାଖଲ ହୋଇଛି ।
ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି । ପ୍ରିନ୍ସିପାଲ ରେସିଡେଣ୍ଟ କମିଶନର ସଞ୍ଜୀବ ମିଶ୍ର ସତ୍ୟପାଠ ଦାଖଲ କରିଛନ୍ତି । କେବଳ ପୁରୀରେ ରଥଯାତ୍ରା ପାଇଁ ସତ୍ୟପାଠ ଦାଖଲ ହୋଇଛି । ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଉଲ୍ଲେଖ ରହିଛି । ଗଜପତିଙ୍କ ପ୍ରସ୍ତାବ ଅନୁସାରେ ରଥଯାତ୍ରା କରାଯିବ । ସରକାର ଏନେଇ ସବୁ ବ୍ୟବସ୍ଥା କରିବେ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି ।

Get real time updates directly on you device, subscribe now.