fbpx

ଆସନ୍ତାକାଲି ରଥରେ ବିଜେ ହେବ ଆଜ୍ଞାମାଳ

ପୁରୀ,୨୧/୬(ଓଡିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ହେବ କି ନାହିଁ ବୋଲି କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି। ଆଜ୍ଞାମାଳ ବିଜେ ନେଇ ପରିଚାଳନା କମିଟି ପକ୍ଷରୁ ପ୍ରେସ୍‌ମିଟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଆସନ୍ତାକାଲି ରଥଯାତ୍ରା ପାଇଁ ବିଜେ ହେବ ଆଜ୍ଞାମାଳ। ଏହି ଆଜ୍ଞାମାଳ ବିଜେ ପରେ ରଥ ଦକ୍ଷିଣମୋଡ଼ ହେବ। ଆଜ୍ଞାମାଳ ବିଜେ ପରେ ରଥ ସିଂହଦ୍ବାରକୁ ନ ଆସିଲେ ନୀତି ବନ୍ଦ ହୋଇପାରେ। ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରିବାକୁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.