fbpx

ଚୀନ୍ ସେନାଙ୍କୁ ଉଚିତ୍ ଜବାବ ଦେବା ପାଇଁ ଭାରତୀୟ ଯବାନଙ୍କୁ ମିଳିଲା ପୂର୍ଣ୍ଣ ସ୍ୱାଧୀନତା, ଏବେ ଯିବେ କୁଆଡେ !

ପୂର୍ବ ଲଦାଖର ଗାଲୱାନ ଘାଟୀରେ ଭାରତ-ଚୀନ୍ ସୈନିକ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଏନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩ ସେନାର ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ଚୀନ ସେନାଙ୍କୁ ଉଚିତ୍ ଜବାବ ଦେବା ପାଇଁ ସେନାଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଚୀନ୍ ସହ ଲାଗିଥିବା ୩୫୦୦ କିଲୋମିଟର ଲମ୍ବା ନିୟନ୍ତ୍ରଣ ରେଖା ଉପରେ ନିୟୋଜିତ ଥିବା ସଶସ୍ତ୍ର ବାହିନୀକୁ ଚୀନର କୌଣସି ଆକ୍ରମଣାତ୍ମକ ଆଚରଣର ଜବାବ ଦେବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥଙ୍କ ସହ ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱାତ, ସେନା ମୁଖ୍ୟ ଏମ ଏମ ରନୱଣେ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଓ ବାୟୁ ସେନାର ମୁଖ୍ୟ ମାର୍ଶଲ ଆରକେ ଏସ ଭଦୌରିୟା ଉପସ୍ଥିତ ଥିଲେ । ଏଥିରେ ଚୀନର ମୁକାବିଲା କରିବା ନେଇ ଋଣନୀତି ପ୍ରସ୍ତୁତ ହେବା ସହ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି । ଏହା ସହ ୩ ସେନା ବାହିନୀ ପାଇଁ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର କିଣିବାକୁ ଜରୁରୀକାଳୀନ ପାଣ୍ଠି ମଞ୍ଜୁର କରିଛନ୍ତି କେନ୍ଦ୍ର ସରକାର । ଏଣିକି ଚୀନକୁ ମିଳିବ ମୁହଁତୋଡ ଜବାବ୍ ।

Get real time updates directly on you device, subscribe now.