fbpx

‘ପୁଷ୍ପା’ ଫିଲ୍ମର ଅଭିନେତା ଗିରଫ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଖବର । ଦକ୍ଷିଣ ଭାରତୀୟ ହିଟ୍ ଫିଲ୍ମ ‘ପୁଷ୍ପା’ର ଜଣେ ଅଭିନେତାଙ୍କୁ ଗିରଫ କରାଯାଇଛି । ହାଇଦ୍ରାବାଦ ପୋଲିସ ପକ୍ଷରୁ ଅଭିନେତାଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ମହିଳାଙ୍କ ସୁଇସାଇଡ୍ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ତେବେ ଏହି ଗିରଫଦାରୀ ଘଟଣା ସାମ୍ନାକୁ ଆସିବା ପରେ ଏବେ ଅଭିନେତାଙ୍କ ଅନେକ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶା ଖେଳିଯାଇଛି ।

ସୂଚନା ମୁତାବକ, ‘ପୁଷ୍ପା’ ଫେମ୍ ଅଭିନେତା ଜଗଦୀଶ ପ୍ରଥାପ ଭଣ୍ଡାରୀଙ୍କୁ ଗିରଫ କରାଯାଇଛି । ଜଣେ ମହିଳାଙ୍କୁ ସୁଇସାଇଡ୍ ପାଇଁ ଉସୁକାଇବା ମାମଲାରେ ଜଗଦୀଶଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ଉକ୍ତ ମାମଲାରେ ହାଇଦ୍ରାବାଦ ପୋଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ‘ପୁଷ୍ପା ଦି ରାଇଜ’ରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବନ୍ଧୁ କେଶବ ଭୂମିକା ଖୁବ୍ ନିଖୁଣ ଭାବେ ନିଭାଇ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ଜଗଦୀଶ ।

୩୦ ବର୍ଷୀୟ ଜଗଦୀଶ ଜଣେ ଜୁନିୟର ଆର୍ଟିଷ୍ଟଙ୍କ ସହିତ ଲିଭ-ଇନ ରିଲେସନଶିପରେ ରହି ଆସୁଥିଲେ । ତେବେ ଉକ୍ତ ଯୁବତୀ ଜଣଙ୍କ ଗତ ମାସ ୨୯ ତାରିଖରେ କୌଣସି କାରଣରୁ ଆତ୍ମହତ୍ୟା କରିଦେଇଥିଲେ । ଏହାପରେ ଯୁବତୀଙ୍କ ପରିବାର ପକ୍ଷରୁ ଜଗଦୀଶଙ୍କୁ ଅଭିଯୁକ୍ତ କରାଯାଇଥିଲା । ଅଭିଯୋଗ ଓ ଯାଞ୍ଚ ଆଧାରରେ ଅଭିନେତାଙ୍କୁ ୩୦୬ ଧାରାରେ ଗିରଫ କରାଯାଇଛି । ମୃତକ ଜଣଙ୍କ କିଛି ଶର୍ଟ ଫିଲ୍ମରେ କାମ କରିଥିବା ଜଣାପଡ଼ିଛି । ଜଗଦୀଶ ମୃତ ମହିଳାଙ୍କର ଏକ ଭିଡିଓ କ୍ଲିପ ଶୁଟ୍ କରିବା ସହିତ ତାଙ୍କୁ ବ୍ଲାକମେଲ କରିଥିଲେ । ଏଥିସହିତ ଯୁବତୀଙ୍କର ପ୍ରାଇଭେଟ ଫଟୋ ଇଣ୍ଟରନେଟରେ ପୋଷ୍ଟ କରିବାର ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ଯୁବତୀଙ୍କର ମୃତ୍ୟୁ ପରେ ଜଗଦୀଶ ଫେରାର ରହିଥିଲେ ।

Get real time updates directly on you device, subscribe now.