fbpx

ନୂତନ ଶକ୍ତିଶାଳୀ AI ମଡେଲ Gemini ଲଞ୍ଚ କଲା ଗୁଗୁଲ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)କୁ ଟେକ୍ନୋଲୋଜିର ଭବିଷ୍ୟତ କହିଲେ ଅତ୍ୟୁକ୍ତି ହେବ ନାହିଁ । ଭବିଷ୍ୟତରେ ଟେକ୍ନୋଲୋଜିରେ AIର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ନେଇ ଓପନ୍ AIର ChatGTP ଦ୍ୱାରା ଗତ ବର୍ଷ ସୂଚନା ଦିଆଯାଇଥିଲା । ଚାଟ୍‌ବଟ୍‌(Chatbot) AIର ଶକ୍ତି ବିଷୟରେ ଦୁନିଆକୁ ଅବଗତ କରାଇଥିଲା । ବର୍ତ୍ତମାନ ଗୁଗୁଲ ଏହା ଠାରୁ ଗୋଟିଏ ପାଦ ଆଗକୁ ବଢ଼ିଛି । ଗୁଗୁଲ ଏହାର ନୂତନ AI ମଡେଲ ଜେମିନି(Gemini) ଲଞ୍ଚ୍ କରିଛି ଯାହାକୁ ସବୁଠାରୁ ଶକ୍ତିଶାଳୀ ଏବଂ ଦକ୍ଷ ମଡେଲ ବୋଲି କୁହାଯାଉଛି । ତେବେ ଆସନ୍ତୁ ଜାଣିବା ଏ ବିଷୟରେ:

ଆମେରିକାର ସର୍ଚ୍ଚ ଇଞ୍ଜିନ ଗୁଗୁଲ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦୁନିଆରେ ବଡ଼ ଡିଆଁ ମାରିଥିବା ନେଇ ଦାବି କରିଛି । ଉକ୍ତ କମ୍ବାନୀ ଦ୍ୱାରା ChatGTPର ପ୍ରତିଦ୍ୱନ୍ଦୀ ଭାବେ AI ମଡେଲ ଜେମିନି ଲଞ୍ଚ୍ କରିଛି । ଜେମିନି AI ବିଷୟରେ କିଛି ବିଶେଷ କଥା ହାଇଲାଇଟ୍ କରାଯାଇଛି ।
ପ୍ରଥମଟି ହେଲା ମଲ୍ଟିଟାସ୍କିଂ ପାୱାର- ଏହି AI ମଡେଲ ଗୋଟିଏ ସମୟରେ ଅନେକ ଗୁଡ଼ିଏ କାର୍ଯ୍ୟ କରିବାର କ୍ଷମତା ରଖେ । ଉଦାହରଣ ସ୍ୱରୂପ କୌଣସି ବ୍ୟବହାରକାରୀ ବା ୟୁଜର ପାଇଁ ଇମେଜ୍‌, ଭିଡ଼ିଓ, ଟେକସ୍ଟ୍‌, କୋଡ଼ ଉପରେ ସମାନ୍ତରଳ ଭାବରେ କାର୍ଯ୍ୟ କରିପାରିବ । ଏହାର ସବୁଠାରୁ ବଡ଼ ପ୍ଲସ୍ ପଏଣ୍ଟ ହେଉଛି ଟେକସ୍ଟ, କୋଡ଼ ଏବଂ ଇମେଜକୁ ନିମାଣ କରିବା ସହ ପଢ଼ି ମଧ୍ୟ ପାରିବ । ଅପରପକ୍ଷରେ ChatGTPରେ ଏହା ସମ୍ଭବ ହୋଇନଥାଏ ।

ଦ୍ୱିତୀୟ ହେଲା-ଗୁଗୁଲ ପକ୍ଷରୁ ଏହାର ୩ଟି ମଡେଲ ପ୍ରସ୍ତୁତ କରାଯାଇଛି ଯଥା ଜେମିନି ଅଲଟ୍ରା(Gemini Ultra), ଜେମିନି ପ୍ରୋ (Gemini Pro)ଏବଂ ଜେମିନି ନାନୋ (Gemini Nano) । ଜେମିନି ଅଲଟ୍ରା ହେଉଛି ସବୁଠାରୁ ଟପ୍ ସାଇଜ ମଡେଲ ଯାହା ଜଟିଳ କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି । ବଡ଼ ରେଞ୍ଜରେ ସ୍କେଲିଂ(ବୃହତ ପରିସରକୁ ମାପିବା) ପାଇଁ ଜେମିନି ପ୍ରୋ ମଡେଲ ଡିଜାଇନ୍ କରାଯାଇଛି । ସେହିପରି ଜେମିନି ନାନୋକୁ ଅନ୍ ଡିଭାଇଜ୍ ଟାସ୍କ ପାଇଁ ଡିଜାଇନ୍ କରାଯାଇଛି ।

Gemini AI ମେସିଭ୍ ମଲ୍ଟିଟାସ୍କ ଲାଙ୍ଗୁଏଜ୍ ଅଣ୍ଡରଷ୍ଟାଣ୍ଡିଂ(MMLU) ମଡେଲ ଉପରେ ଆଧାରିତ । ଏହା ମାନବ ବିଶେଷଜ୍ଞଙ୍କ ଠାରୁ ଉତ୍ତମ ଫଳାଫଳ ପ୍ରସ୍ତୁତ କରିବାରେ ସକ୍ଷମ ଅଟେ । କୌଣସି ସମସ୍ୟାର ସମାଧାନ ପାଇଁ ଏହା ଗଣିତ, ପଦାର୍ଥ ବିଜ୍ଞାନ, ଇତିହାସ, ଆଇନ୍‌, ଔଷଧ ଏବଂ ଏଥିକ୍ସ୍ ଭଳି ୫୭ଟି ବିଷୟ ଉପଯୋଗ କରିଥାଏ ।

Get real time updates directly on you device, subscribe now.