fbpx
BSKY
BJD MC SKY
BJD YOUTH SKY

(Video) ‘ତୁରନ୍ତ Non-Veg ଠେଲା ହଟାଅ… ନଚେତ୍…’: ରାସ୍ତାରୁ ସବୁ ‘ଆମିଷ ଦୋକାନ’କୁ ବନ୍ଦ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବର୍ତ୍ତମାନ ଫାଷ୍ଟ ଫୁଡ କାଇବାକୁ ଅଧିକାଂଶ ଯୁବପିଢୀ ପସନ୍ଦ କରୁଛନ୍ତି । ବିଶେଷ କରି ସନ୍ଧ୍ୟା ସମୟରେ ଚଟପଟା ସାଧାରଣତଃ ଆମିଷ ଖାଦ୍ୟର ଚାହିଦା ଖୁବ ବୃଦ୍ଧି ପାଇଛି । ସେଥିପାଇଁ ବିଭିନ୍ନ ରାସ୍ତା କଡ଼ରେ ଏବେ ନନ୍ ଭେଜ ଦୋକାନ ଏବଂ ଠେଲା ସଂଖ୍ୟା ବି ବଢିଯାଇଛି । କିନ୍ତୁ ଦିନକୁ ଦିନ ବଢି ଚାଲିଥିବା ଏହି ଅମିଷ ଠେଲା ଦୋକାନକୁ ନେଇ ବର୍ତ୍ତମାନ ଏକ ବଡ଼ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ରାସ୍ତାକଡ଼ରେ ରହିବନି କୌଣସି ନନ୍ ଭେଜ୍ ଷ୍ଟଲ୍ । ତୁରନ୍ତ ରାସ୍ତାରୁ ଏହି ନନ୍ ଭେଜ୍ ଠେଲା ହଟାଇବା ପାଇଁ ଚେତାବନୀ ଦିଆଯାଇଛି ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖାଯାଉଛି ଯେ, ବିଜେପି ବିଧାୟକ ବାଳମୁକୁନ୍ଦ ଆଚାର୍ଯ୍ୟ ଆମିଷ ଫୁଡ୍ ଷ୍ଟଲକୁ ରାସ୍ତାରୁ ହଟାଇବା ପାଇଁ ଚେତାବନୀ ଦେଉଛନ୍ତି । ଜଣେ ଅଧିକାରୀଙ୍କୁ ଏ ନେଇ ସେ ଫୋନ୍ କଲ ଯୋଗେ ନିର୍ଦ୍ଦେଶ ଦେଇଛନ୍ତି । ହୱାମହଲରୁ ସେ ବିଧାୟକ ଭାବରେ ଦାୟିତ୍ୱ ନେଇଛନ୍ତି । ଜଣେ ଅଧିକାରୀଙ୍କୁ ଫୋନ୍ କରି ସେ କହିଛନ୍ତି ଯେ, ରାସ୍ତାରେ କୌଣସି ପ୍ରକାରର ନନ୍ ଭେଜ୍ ଫୁଡ୍ ଷ୍ଟଲ ରହିପାରିବ ନାହିଁ । ସନ୍ଧ୍ୟା ସୁଦ୍ଧା ସମସ୍ତ ଫୁଡ ଷ୍ଟଲ ହଟାଇଦେବା ପାଇଁ ସେ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ।

ଏହାପରେ ବିଧାୟକ ପଚାରିିଛନ୍ତି ଯେ, ‘ରାସ୍ତା ଉପରେ ଖୋଲାରେ ନନ୍ ଭେଜ୍ ଖାଦ୍ୟ ବିକ୍ରି କରାଯାଇ ପାରିବ କି? ହଁ କିମ୍ବା ନା ରେ ଉତ୍ତର ଦିଅ । ତେବେ ଆପଣ ଏହାକୁ ସମର୍ଥନ କରୁଛନ୍ତି । ଯଥାସମ୍ଭବ ରାସ୍ତାରୁ ସମସ୍ତ ନନ୍ ଭେଜ୍ ଷ୍ଟଲ ହଟାନ୍ତୁ । ଏ ନେଇ ସନ୍ଧ୍ୟାରେ ମୁଁ ଆପଣଙ୍କ ପାଖରୁ ରିପୋର୍ଟ ନେବି’ ବୋଲି କହି ଚେତାବନୀ ଦେଇଛନ୍ତି ବାଳମୁକୁନ୍ଦ ଆଚାର୍ଯ୍ୟ ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏଆଇଏମଆଇଏମ ପ୍ରମୁଖ ଅସୁଦୁଦ୍ଦିନ ଓୱେସୀ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଏହି ଘଟଣାକୁ ନିନ୍ଦା କରି ଏହାକୁ ଭୁଲ ବୋଲି କହିଛନ୍ତି ଓୱେସୀ । କେହି କାହାକୁ ନନ୍ ଭେଜ୍ ବିକ୍ରି କରିବାରେ ରୋକ ଲଗାଇପାରିବେ ନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ମାମଲାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆ ସରଗରମ ହୋଇଯାଇଛି ।

Get real time updates directly on you device, subscribe now.