fbpx

ପ୍ରଚୁର ଧନଲାଭ ପାଇଁ ପର୍ସରେ ରଖନ୍ତୁ ଏହି ଜିନିଷ..

ଦୈନନ୍ଦିନ ଜୀବନରେ ଖର୍ଚ୍ଚର ପରିମାଣ ବଢିବାରେ ଲାଗିଛି । ଆୟ ତୁଳନାରେ ବ୍ୟୟ ଅଧିକ ହେବାରେ ଲାଗିଛି । ଯେତେ ରୋଜଗାର କଲେ ବି ଅଣ୍ଟୁ ନାହିଁ । କିନ୍ତୁ ଆପଣ ଜାଣନ୍ତି କି, ଏହା ପଛର କାରଣ ବାସ୍ତୁ ଦୋଷ ବି ହୋଇପାରେ । ତେଣୁ ଆପଣ ଏପରି ଏକ ଜିନିଷ ନିଜ ପର୍ସରେ ରଖନ୍ତୁ, ଯାହା ଦ୍ୱାରା ଆପଣଙ୍କ ଖର୍ଚ୍ଚ କମ୍ ହେବା ସହ ଯଙ୍କାର ଅଭାବ ରହିବ ନାହିଁ । ଏହା ସହ ପ୍ରଚୁର ଧନ ଲାଭ ବି ହେବ, ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

୧- ଓସ୍ତପତ୍ରକୁ ନ ମୋଡି ରଖନ୍ତୁ, ଯଦ୍ଦ୍ୱାରା ଆପଣଙ୍କର ଅଯଥା ଖର୍ଚ୍ଚ ହେବନାହିଁ କି ଅଭାବ ରହିବ ନାହିଁ ।

୨. ପର୍ସରେ ଛୋଟ ନଡିଆ ରଖନ୍ତୁ । ଛୋଟ ପର୍ସରେ ଜାଗା ନ ହେଲେ ବଡ ପର୍ସରେ ରଖିପାରିବେ ।

୩- ଓଭାଲ ହ୍ୱାଇଟ୍ ଷ୍ଟୋନ୍କୁ ପର୍ସରେ ରଖନ୍ତୁ । ଏହାଦ୍ୱାରା ଆପଣଙ୍କୁ ସବୁବେଳେ ଖୁସି ମିଳିବ । ନିଜ କାମକୁ ନେଇ ସବୁବେଳେ ସକରାତ୍ମକ ରହିବେ । ଆଉ ଖୁସି ରହିଲେ ସଫଳତା ନିଶ୍ଚୟ ମିଳିବ ।

୪- ପର୍ସରେ ବିଷମ ସଂଖ୍ୟାରେ ଗୋମତି ଚକ୍ର ରଖନ୍ତୁ । ଏହାଦ୍ୱାରା ଟଙ୍କା ପଇସାର ଅଭାବ ରହିବ ନାହିଁ । ଏହା ସହିତ ମାନସିକ ସ୍ଥିତ ମଧ୍ୟ ଭଲ ରହିବ । ଭବିଷ୍ୟତରେ ଆପଣଙ୍କ ଆର୍ଥୀକ ସ୍ଥିତି ଭଲ ରହିବ ।

୫ – ଯେଉଁ ପର୍ସକୁ ଆପଣ ମାନେ ବ୍ୟବହାର କରୁଛନ୍ତି, ତାହାକୁ ପ୍ରତ୍ୟେକ ବର୍ଷକୁ ବଦଳାଇ ଦିଅନ୍ତୁ । ତାହା ଭଲ ଥାଉ କିମ୍ଭା ଖରାପ୍ ତାହା ନିଶ୍ଚିତ ବଦଳାନ୍ତୁ । କେହି ଏମିତି ଭାବନ୍ତି କି ଏହି ପର୍ସ ଟି ମୋ ପାଇଁ ବହୁତ ଶୁଭ ଅଟେ ତେବେ ସେମିତି ରେ ଏହା ଆପଣ ଭୁଲ ଭାବୁଛନ୍ତି । କାରଣ ସେଥିରେ ଲକ୍ଷ୍ମୀ ହି ଥାନ୍ତି । ଏବଂ ଲକ୍ଷ୍ମୀ କେବେ ବି ଅପରିଷ୍କାର ସ୍ଥାନରେ ରହିବା ପାଇଁ ପସନ୍ଦ କରନ୍ତି ନାହିଁ ।

Get real time updates directly on you device, subscribe now.