fbpx

୮ଟାରୁ ଭୋଟ ଗଣତି, ନିର୍ଦ୍ଧାରିତ ହେବ ୧୫ ପ୍ରାର୍ଥୀଙ୍କ ଭାଗ୍ୟଫଳ

ବାଲେଶ୍ୱର,୧୦/୧୧(ଓଡିଶା ଭାସ୍କର): ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯିବ। ଉଭୟ ସ୍ଥାନରେ ପ୍ରଥମେ ଗଣାଯିବ ପୋଷ୍ଟାଲ ବାଲଟ। ସାଢ଼େ ୮ଟାରୁ ୧୪ଟି ଲେଖାଏଁ ଟେବୁଲରେ EVM ଭୋଟ ଗଣତି ହେବ।

ଗଣତି ଶେଷରେ ୫ଟି ଲେଖାଏଁ ବୁଥ୍‌ର VVPAT ସ୍ଲିପ୍‌ ଗଣତି ହେବ । ଭୋଟ ଗଣତି ପାଇଁ ହୋଇଛି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ଏନେଇ ବାହାରେ ଜଗିଛନ୍ତି ପୋଲିସ, ଭିତରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ।

ତେବେ ଆଜି ଜଣାପଡ଼ିବ ବାଲେଶ୍ବର ଓ ତିର୍ତ୍ତୋଲରେ ୧୫ ପ୍ରାର୍ଥୀଙ୍କ ଭାଗ୍ୟଫଳ। ବାଲେଶ୍ବରରେ ୬ ଓ ତିର୍ତ୍ତୋଲରେ ୯ ଜଣ ପ୍ରାର୍ଥୀ ମଇଦାନକୁ ଆସିଛନ୍ତି। ବାଲେଶ୍ବରରେ BJD, BJP, କଂଗ୍ରେସ ଓ ୩ ସ୍ବାଧୀନ ପ୍ରାର୍ଥୀ ଥିବାବେଳେ ତିର୍ତ୍ତୋଲରେ BJD, BJP, କଂଗ୍ରେସ, CPI ଓ ୫ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି।

Get real time updates directly on you device, subscribe now.