fbpx
BSKY SKY
BSKY SKY

ୟୁକ୍ରେନ ସହିତ ଯୁଦ୍ଧ ଭିତରେ ପାକିସ୍ତାନ ସହ ଏକ ବଡ ଚୁକ୍ତି କଲେ ଋଷ ରାଷ୍ଟ୍ରପତି ପୁତିନ

BSKY

ନୂଆଦିଲ୍ଲୀ: ମସ୍କୋ ସହରକୁ ଆର୍ଥିକ ଭାବେ ଅଲଗା କରିବା ପାଇଁ ଆନ୍ତର୍ଜାତୀୟ ଚାପ ପ୍ରୟୋଗ ହେଉଥିବା ବେଳେ ଋଷ-ପାକିସ୍ତାନ ମଧ୍ୟରେ ହେଉଛି ଏକ ବଡ ଚୁକ୍ତି । ଋଷ ଦ୍ୱାରା ନିର୍ମିତ ପାଇପଲାଇନ ପ୍ରକଳ୍ପକୁ ଶେଷ କରିବା ପାଇଁ ଋଷ ସହ ହାତ ମିଳାଇଛି ପାକିସ୍ତାନ । ପାଇପଲାଇନ ନିର୍ମାଣ ପାଇଁ ପାକିସ୍ତାନର ଋଷ ସହିତ ବିଲିୟନ ଡଲାରର ଏକ ଚୁକ୍ତି ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଶୌକତ ତାରିନ । ଏହା ଉତ୍ତର-ଦକ୍ଷିଣ ପ୍ରକଳ୍ପ ଭାବରେ ମଧ୍ୟ ଜଣାଶୁଣା ।

Imran Khan praises Vladimir Putin for 'emphatic statement' against  Islamophobia - EastMojo

ତାରିନଙ୍କ ସୂଚନା ଅନୁଯାୟୀ, LNGକୁ ଦକ୍ଷିଣରୁ ଉତ୍ତରକୁ ଯିବା ପାଇଁ ଏକ ଗ୍ୟାସ ପାଇପଲାଇନର ଆବଶ୍ୟକତା ରହିଛି । ଯାହା ଆସନ୍ତା ୨-୩ ବର୍ଷ ମଧ୍ୟରେ ଦେଶ ପାଇଁ ଅତ୍ୟାବଶ୍ୟକ ହୋଇଯିବ ବୋଲି କହିଛନ୍ତି ତାରିନ । ଏହି ଚୁକ୍ତି ସହ ଆଗକୁ ବଢିବା ଦେଶ ପାଇଁ ଏକ ସବୁଠୁ ସୁନ୍ଦର ବିକଳ୍ପ ବୋଲି ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମସ୍କୋ ଗସ୍ତ ପରେ ପାକିସ୍ତାନ ଷ୍ଟ୍ରିମ ପାଇପଲାଇନ ଡିଲକୁ ଶେଷ କରିବା ପାଇଁ ଖୁବ ଶୀଘ୍ର ଇସଲାମାବାଦ ଗସ୍ତରେ ଆସିବେ ଋଷର ଅଧିକାରୀ । ଏହି ପାଇପଲାଇନର ମୂଲ୍ୟ ୨ ବିଲିୟନ ଡଲାରରୁ ଅଧିକ ବୋଲି ଅନୁମାନ କରାଯାଇଛି । ଗୋଟିଏ ପଟେ ଋଷ-ୟୁକ୍ରେନ ସହ ଯୁଦ୍ଧ ଦିନକୁ ଦିନ ଭୟାନକ ରୂପ ନେଉଥିବା ବେଳେ ପାକିସ୍ତାନ ଏବେ ଋଷର ନିକଟତର ହୋଇଛି ।

Get real time updates directly on you device, subscribe now.