fbpx

ହୋଲିରେ ମଦୁଆଙ୍କ କଚେପୁଅ ବାର: ଦେଶୀଠୁ ଆରମ୍ଭ କରି ବିଦେଶୀ ସବୁ ହେବ ଶସ୍ତା

ନୂଆଦିଲ୍ଲୀ: ହୋଲି ପୂର୍ବରୁ ମଦୁଆ ମାନଙ୍କୁ ଉପହାର । ଶସ୍ତା ହୋଇଯିବ ମଦ । କେବଳ ବିଦେଶୀ ମଦ ନୁହେଁ ବରଂ ଦେଶୀ, ୱାଇନ୍ ଓ ବିୟର ମଧ୍ୟ ଶସ୍ତା ହୋଇଯିବ । ତେବେ ଭାରତ ବର୍ଷରେ କେବଳ ଦୁଇଟି ରାଜ୍ୟରେ ଏହି ଅଫରର ସୁବିଧା ମିଳିପାରିବ । ମଧ୍ୟପ୍ରଦେଶ ଓ ନୂଆଦିଲ୍ଳୀରେ ସରକାର ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିବା ବେଳେ ଏହାର ସିଧାସଳଖ ଫାଇଦା ଗ୍ରାହକଙ୍କୁ ମିଳିବ । ପ୍ରଥମ ରାଜ୍ୟ ଭାବରେ ଦିଲ୍ଳୀ ଏହା ଲାଗୁ କରିଥିବା ବେଳେ ମଧ୍ୟପ୍ରଦେଶରେ ମଧ୍ୟ ଶିବରାଜ ଚୌହାନଙ୍କ ସରକାର ୧୦ ପ୍ରତିଶତର ଏକ୍ସାଇଜ ଡ୍ୟୁଟି କମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ବିଦେଶୀ ମଦର ମୂଲ୍ୟରେ ୫୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଘଟିବ ।

ଏହା ସହିତ ଦେଶୀ ମଦର ପହୁଆର ମୂଲ୍ୟ ୧୧୦ ଟଙ୍କାରୁ ହ୍ରାସ ପାଇ ୮୫ ଟଙ୍କାରେ ପହଞ୍ଚିଛି । ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ନୂତନ ମଦ ନୀତି ପ୍ରସ୍ତୁତ କରାଯାଇଛି । ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ନୀତି କାର୍ଯ୍ୟକାରୀ ହେବ । ଏହା ଅନୁଯାୟୀ ରାଜ୍ୟରେ ସମସ୍ତ ପ୍ରକାରର ମଦ ଅତ୍ୟନ୍ତ ଶସ୍ତା ଦରରେ ଉପଲବ୍ଧ ହେବ ।

Get real time updates directly on you device, subscribe now.