fbpx

ଗଛରେ ପିଟି ହେଲା ବସ: ଦୁର୍ଘଟଣାରେ ଜଣେ ମୃତ, କିଛି ଯାତ୍ରୀ ଆହତ

କୋରାପୁଟ(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ନିକଟରେ ଘଟିଯାଇଛି ଏକ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ ଅନ୍ୟ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁସାରେ, ଆନ୍ଧ୍ରର ଏକ ସରକାରୀ ବସ ଦାମନଯୋଡିରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ଯିବା ବାଟରେ ଭାରସାମ୍ୟ ହରାଇ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଅଞ୍ଚଳର ମାଳିପୁଟ ନିକଟରେ ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇଛି ଏହି ଯାତ୍ରୀବାହୀ ବସ । ତେବେ ଏହି ଦୁର୍ଘଟଣାରେ ବସର କଣ୍ଟକ୍ଟର ପ୍ରାଣ ହରାଇଥିବା ସୂଚନା ମଳିଛି । ଅନ୍ୟ ପକ୍ଷରେ ଡ୍ରାଇଭର ସମେତ ବସରେ ଥିବା କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି । ସେପଟେ ଖବର ପାଇ ଘଟରାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।

Get real time updates directly on you device, subscribe now.