fbpx

ବରିଷ୍ଠ ସେବାୟତଙ୍କୁ ହତ୍ୟା ଘଟଣା: ଜଣକୁ ଅଟକ ରଖି ପୋଲିସର ପଚରାଉଚରା

ପୁରୀ: ବରିଷ୍ଠ ସେବାୟତଙ୍କୁ ଗୁଳିକରି ହତ୍ୟା ମାମଲାରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପତିହାରୀଙ୍କୁ ଦୁଇ ଦୁର୍ବୁତ୍ତ ବୁଧବାର ସକାଳେ ଗୁଳିମାଡ଼ କରିଥିଲେ । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଦେହରେ ୪ ଟି ଗୁଳି ବାଜିଥିବା ସୂଚନା । ମୁଣ୍ଡର ସାମ୍ନା ଓ ପଛପଟରେ ୨ଟି ଓ ଛାତିରେ ୨ ଟି ଗୁଳି ବାଜିଛି । ଘଟଣାସ୍ଥଳରୁ ୪ ଟି ଖୋକା ଜବତ କରିଛି ଫରେନ୍ସିକ ଟିମ୍ ।

ସୂଚନାଯୋଗ୍ୟ, ବୁଧବାର ସକାଳେ ୨ ଦୁର୍ବୁତ୍ତ ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପତିହାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ପୂର୍ବ ଶତ୍ରୁତାରୁ ତାଙ୍କ ଉପରକୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ୍ । ଗୁନ ସିଂହାରୀ ହତ୍ୟାକାଣ୍ଡ ସହ ସମ୍ପର୍କ ଥବା ଚର୍ଚ୍ଚା ହେଉଛି । ଗୁନ ସିଂହାରୀ ହତ୍ୟାକାଣ୍ଡ ପରେ ସେ ଟାର୍ଗେଟରେ ଥିଲେ । ଗୁନ ସିଂହାରୀ ହତ୍ୟାକାଣ୍ଡ ଘଟଣାରେ ଅନ୍ୟତମ ଷଡ଼ଯନ୍ତ୍ରକାରୀ କୁହାଯାଉଥିଲା । ୨୦୧୨ ଅଗଷ୍ଟ ୨୨ ରେ ପୁରୀରେ ଗୁନ ସିଂହାରୀଙ୍କୁ ହତ୍ୟା କରାଯାଇଥିଲା । ତେବେ ୯ ବର୍ଷ ପରେ ଗତ ଜାନୁଆରୀ ୧୯ ରେ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ କୃଷ୍ଣଚନ୍ଦ୍ର ପତିହାରୀ ।

Get real time updates directly on you device, subscribe now.