fbpx

ଏକା ୪୦ରୁ ଅଧିକ କାଶ୍ମୀରି ପଣ୍ଡିତଙ୍କୁ ହତ୍ୟା କରିଥିଲି: ଦେଖନ୍ତୁ ଆତଙ୍କୀ ବିଟ୍ଟା କରାଟେର ସାକ୍ଷାତକାର

ନୂଆଦିଲ୍ଲୀ: କଶ୍ମୀର ପଣ୍ଡିତଙ୍କ ଗଣହତ୍ୟାର ଏକ ଚର୍ଚ୍ଚିତ ଚେହେରା ହେଉଛି ଫାରୁକ ଅହମ୍ମଦ ଦର ଓରଫ ବିଟ୍ଟା କରାଟେ । ସେ ଥିଲା ଜମ୍ମୁ ଓ କଶ୍ମୀର ମୁକ୍ତି ସଂଗଠନ (ଜେକେଏଲଏଫ)ର ଜଣେ ସଦସ୍ୟ । ସୀମା ସେପଟେ ଥିବା ପାକିସ୍ତାନୀ ଆତଙ୍କବାଦୀ କମାଣ୍ଡରମାନଙ୍କ ନିର୍ଦ୍ଦେଶରେ ସେ ଅନେକ ନିରୀହ କଶ୍ମୀର ପଣ୍ଡିତଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିଥିଲା । ଏପରିକି କେତେକ ପଣ୍ଡିତଙ୍କୁ ସେ ସେମାନଙ୍କ ପରିବାର ଆଗରେ ହତ୍ୟା କରିଥିଲା । ଏ କଥା ସେ ନିଜେ ଗଣମାଧ୍ୟମ ଆଗରେ ସ୍ବୀକାର କରିଛି । ୧୯୯୧ରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲା ଯେ, ସେ ଏକୁଟିଆ ୨୦ରୁ ଅଧିକ…ବୋଧହୁଏ ୩୦-୪୦ରୁ ଅଧିକ କଶ୍ମୀର ପଣ୍ଡିତଙ୍କ ହତ୍ୟା କରିଥିଲା । ଅର୍ଥାତ ସେ ଏତେ ଲୋକଙ୍କୁ ହତ୍ୟା କରିଛି ଯେ ସେ ନିଜେ ଠିକ ଭାବେ ମନେ ରଖିନାହିଁ ।

ନିଜର ଏହି ଜଘନ୍ୟ କାଣ୍ଡ ଯୋଗୁଁ ସେ କଶ୍ମୀର ପଣ୍ଡିତଙ୍କ ମଧ୍ୟରେ ବେଶ କୁଖ୍ୟାତ ହୋଇଯାଇଥିଲା । ପାକିସ୍ତାନୀ କମାଣ୍ଡରମାନଙ୍କ ନିର୍ଦ୍ଦେଶରେ ସେ ଏସବୁ ହତ୍ୟା କରିଥିବା ସେ କହିଥିଲା ।ଏସବୁ ହିଂସାକାଣ୍ଡ ଯୋଗୁଁ ୧୯୯୧ରେ ତାକୁ ଗିରଫ କରାଯାଇଥିଲା । ପ୍ରାୟ ୧୬ ବର୍ଷ ଧରି ଜେଲରେ ରହିବା ପରେ ବିଟ୍ଟା କରାଟେକୁ ୨୦୦୬ରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ । ଜେଲରୁ ମୁକୁଳିବା ପରେ ତାକୁ କଶ୍ମୀର ଘାଟିରେ ଫୁଲମାଳ ଦେଇ ଜଣେ ହିରୋ ଭାବେ ସ୍ବାଗତ କରାଯାଇଥିଲା । ତା ଉପରେ ଫୁଲ ପାଖୁଡ଼ା ପକାଯାଇ ତାହାକୁ ସ୍ବାଗତ କରାଯାଇଥିଲା ।

Get real time updates directly on you device, subscribe now.