fbpx

ରାଇନା କରିବେ ଜବରଦସ୍ତ କମବ୍ୟାକ: ଅନସୋଲ୍ଡ ରହିବା ପରେ ଏହି ଭୂମିକାରେ ନଜର ଆସିବେ ମିଷ୍ଟର IPL

ନୂଆଦିଲ୍ଳୀ: IPL ୨୦୨୨ ମେଗା ଅକ୍ସନରେ ଅନସୋଲ୍ଡ ରହିବା ପରେ ରାଇନାଙ୍କୁ ନେଇ ଚାଲିଛି ଆଲୋଚନା । ମିଷ୍ଟର IPL ଆଖ୍ୟା ପାଇଥିବା ରାଇନା ଯେ ଦିନେ ଏହି ଟୁର୍ଣ୍ଣାମେଣ୍ଟରେ ସ୍ଥାନ ପାଇବେନି ତାହା କେହି ବିଶ୍ୱାସ କରି ପାରୁନାହାନ୍ତି । ସେପଟେ ଚଳିତ ସିଜନରେ ତାଙ୍କୁ ପୁଣି ଖରେ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ତାଙ୍କ ପ୍ରଶଂସକ । ତେବେ ଏହି ସମୟରେ ଏକ ଖୁସି ଖବର ଆସିଛି ରାଇନାଙ୍କ କ୍ୟାରିୟରକୁ ନେଇ । ଚଳିତ ସିଜନରେ ଫେରିବେ ମିଷ୍ଟର IPL । କିନ୍ତୁ ଆଉ ଏକ ନୂଆ ରୂପ ଏବଂ ନୂଆ ପରିଚୟରେ । ଟୁର୍ଣ୍ଣାମେଣ୍ଟରେ ସେ କମେଣ୍ଟ୍ରି କରୁଥିବାର ନଜର ଆସି ପାରନ୍ତି ।

 पूर्व भारतीय क्रिकेटर सुरेश रैना (Suresh Raina) इंडियन प्रीमियर लीग के 15वें सीजन (IPL-2022) में भी नजर आ सकते हैं. हालांकि इस बार उनकी भूमिका अलग और नई होगी. उनके अलावा टीम इंडिया के पूर्व कोच रवि शास्त्री (Ravi Shastri) भी आईपीएल के आगामी सीजन में अलग ही भूमिका में दिखेंगे. (Instagram)

ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ସୁପରଷ୍ଟାର ସୁରେଶ ରାଇନା ଚଳିତ ସିଜନ ପାଇଁ ଅନସୋଲ୍ଡ ରହିଛନ୍ତି । ତେଣୁ ଫ୍ୟାନ୍ସମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ପୁଣି ଥରେ ତାଙ୍କୁ ଦଳରେ ସାମିଲ କରାଇବାକୁ ଦାବି କରିଥିଲେ । କିନ୍ତୁ ଅନେକ ଖେଳାଳି ବିଭିନ୍ନ କାରଣ ପାଇଁ ଦଳରୁ ବାଦ ପଡିଥିଲେ ମଧ୍ୟ ରାଇନାଙ୍କୁ କେହି ନିଜର କରି ନାହାନ୍ତି । ତେବେ ପ୍ରଶଂସକଙ୍କ ଦାବିକୁ ସମ୍ମାନ ଜଣାଇ ରାଇନାଙ୍କୁ କମବ୍ୟାକ କରାଇଛି ବିସିସିଆଇ । ଜଣେ କମେଣ୍ଟ୍ରେଟର ଭାବରେ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ମିଷ୍ଟର IPL । କେବଳ ରାଇନା ନୁହେଁ, ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀ ମଧ୍ୟ ଏହି ସିଜନରେ କମବ୍ୟାକ କରିବାକୁ ଯାଉଛନ୍ତି । ଭାରତୀୟ ଦଳର କୋଚ ପଦରୁ ଇସ୍ତଫା ଦେବା ପରେ ଏବେ IPL ରେ କମେଣ୍ଟ୍ରି କରି ପାରିବେ ରବି ଶାସ୍ତ୍ରୀ ।

IPL 2021: Suresh Raina joins Chennai Super Kings camp, 'chinna thala' in  action mode - myKhel

Get real time updates directly on you device, subscribe now.