fbpx
BSKY
BJD SHG SKY
BJD MC SKY

ଯୁଦ୍ଧ ଭିତରେ ଋଷ-ଫ୍ରାନ୍ସ ଆଲୋଚନା: ଏହି ପ୍ରସଙ୍ଗରେ ଦେଢ ଘଣ୍ଟାରୁ ଅଧିକ ସମୟ କଥା ହେଲେ ପୁତିନ-ମାକ୍ରନ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଭିତରେ ଲାଗି ରହିଛି ମହାଯୁଦ୍ଧ । ୟୁକ୍ରେନ ହାର ମାନିବାକୁ ପ୍ରସ୍ତୁତ ନଥିବା ବେଳେ ଆକ୍ରମଣ କରି ଦେଶକୁ ନିଜ ଅକ୍ତିଆରରେ କରିବାକୁ ଚାହୁଁଛି ଋଷ । ଫଳରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧରେ ଲାଗି ପାରୁନି ବିରାମ । ତେବେ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଦେଶର ମୁଖିଆମାନଙ୍କ ଆଲୋଚନା ଚାଲୁ ରହିଛି । ଆଜି ଋଷ ରାଷ୍ଟ୍ରପତି ପୁତିନଙ୍କ ସହ ଯୁଦ୍ଧକୁ ନେଇ ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ।

ୟୁକ୍ର୍ରେନ ବିରୁଦ୍ଧରେ ଯୁଦ୍ଧ ପ୍ରସଙ୍ଗକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁତିନଙ୍କ ସହ ଆଲୋଚନା କରିଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ପ୍ରାୟ ୧ଘଣ୍ଟା ୪୫ ମିନିଟ ପର୍ଯ୍ୟନ୍ତ ଉଭୟ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ଲାଗି ରହିଥିଲା । ଫୋନ ଯୋଗେ ଉଭୟ ଦେଶର ରାଷ୍ଟ୍ରପତି ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି । ସେପଟେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ପୁତିନଙ୍କ ସହ ଆଲେଚନା କରି ଯୁଦ୍ଧକୁ ରୋକିବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ପୁତିନ ଜେଲେନସ୍କିଙ୍କ ସହ ଆଲୋଚନାରୁ ଦୂରେଇ ରହୁଥିବା ଦେଖିବାକୁ ମିଳୁଛି । ପୁତିନଙ୍କ ସହ ସିଧା ଆଲୋଚନା ହିଁ ଯୁଦ୍ଧର ଏକମାତ୍ର ବିକଳ୍ପ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

Get real time updates directly on you device, subscribe now.