fbpx

ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଖୁଲମଖୁଲା ଚାଲିଛି ଧଳା ଜହର ଡିଲ: ଦେଖନ୍ତୁ ଭାଇରାଲ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ବଢିଚାଲିଛି ଅପରାଧ । କିଏ କେମିତି ଉପାୟରେ ଅପରାଧ କରୁଛି ତାର ପତା ମିଳୁନି । ହେଲେ ଆପଣ ଜାଣି ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ଥାନା ଠୁ ମାତ୍ର ୧୦୦ ମିଟର ଦୂରରେ ଚାଲିଛି ବ୍ରାଉନ ସୁଗାର କାରବାର ଡିଲ । ହେଲେ ଟେର ପାଉନି ପୋଲିସ ।ବ୍ରାଉନସୁଗାରର ଚେର କୁହାଯାଉଥିବା ବାଲେଶ୍ୱରରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ବ୍ରାଉନସୁଗାର ବେପାରର ଡିଲ ହେଉଛି ।

ଡିଲ ସମୟର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ଧାନ ପେଶା ହଲ ଭିତରେ ବ୍ରାଉନ ସୁଗାରର ମାନ କୁ ନେଇ ବେପାରୀ ଓ ଗ୍ରାହକଙ୍କ ଭିତରେ ଚାଲିଛି କଥା କଟାକଟି । ତେବେ ଭିଡିଓ ଟି ବାଲେଶ୍ବର ଜିଲ୍ଲାର କମର୍ଦ୍ଦା ଥାନା ଅଞ୍ଚଳର ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.