fbpx

କ୍ରିକେଟ ପରେ ଫୁଟବଲରେ ପରାଜୟ; ଭାରତକୁ ୩-୦ ଗୋଲ୍‌ରେ ହରାଇଲା କତାର

ଓଡିଶା ଭାସ୍କର: କ୍ରିକେଟ ପରେ ଫୁଟବଲରେ ପରାଜୟ, ଭାରତକୁ ୩-୦ ଗୋଲ୍‌ରେ ହରାଇଲା କତାର । ଆଜି କଳିଙ୍ଗ ଷ୍ଟାଡିୟମ୍‌‌ରେ ଭାରତ ଓ କତାର ମଧ୍ୟରେ ବିଶ୍ୱକପ୍‌‌ ୨୦୨୬ ଓ ଏଏଫ୍‌‌ସି କପ୍‌‌ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ ପାଇଁ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତକୁ ୩-୦ ଗୋଲରେ ହରାଇଛି କତାର।

ସୂଚନା ଥାଉକି, ଆଜି ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ ପ୍ରବଳ ସଂଖ୍ୟାରେ କ୍ରୀଡ଼ାପ୍ରେମୀ ମାନେ କଳିଙ୍ଗ ଷ୍ଟାଡିୟମ୍‌‌ରେ ଯୋଗ ଦେଇଥିଲେ । ଏହି ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକପୂର୍ଣ୍ଣ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଶେଷରେ ସମସ୍ତଙ୍କୁ ନିରାଶ କରିଛି ଭାରତୀୟ ଫୁଟବଲ ଦଳ। ମ୍ୟାଚ ପ୍ରାରମ୍ଭରୁ ହିଁ କତାର ଗୋଟିଏ ଗୋଲ୍‌ ଦେଇ ଭାରତକୁ ପଛରେ ପକେଇ ଦେଇଥିଲା। ଏହା ପରେ ପୁଣି ମ୍ୟାଚ୍‌ର ଦ୍ୱିତୀୟ ହାଫରେ ଆଉ ଦୁଇଟି ଗୋଲ ଦେଇ କତାର ଦଳ ଭାରତକୁ ପରାସ୍ତ କରିଥିଲା । ତେବେ ଏହି ପରାଜୟକୁ ନେଇ ଭାରତୀୟ ଦଳ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କତାର ୨ଟି ମ୍ୟାଚ୍ ଜିତି ଟେବୁଲ୍ ଶୀର୍ଷରେ ରହିଛି।

ଏଠାରେ କହି ରଖୁଛୁ ଯେ, ଫିଫା ବିଶ୍ୱକପ ପୂର୍ବରୁ ଭାରତ ଓ କତାର ୩ ଥର ମୁହାଁମୁହିଁ ହୋଇଥିବା ବେଳେ ୧୯୯୬ରେ କତାର ୬-୦ରେ ଓ ୨୦୨୧ରେ ୧-୦ରେ ବିଜୟୀ ହେବା ସହିତ ୨୦୧୯ରେ ମ୍ୟାଚ ବିନା ଗୋଲରେ ଡ୍ର ରହିଥିଲା । ସେହିପରି ଏହି ମ୍ୟାଚକୁ ମିଶାଇ ଚତୃର୍ଥ ଥର ପାଇଁ ଭାରତ-କତାର ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତକୁ ପରାଜୟ ସାମ୍ନା କରିବାକୁ ପଡିଛି।

Get real time updates directly on you device, subscribe now.