fbpx

‘….ଏତିକି ସମୟ ଭିତରେ ବାହାରକୁ ଆସିବେ ଶ୍ରମିକ’: ଟନେଲ ଉଦ୍ଧାର କାର୍ଯ୍ୟରେ ନୂଆ ସମ୍ଭାବନା

ନୂଆଦିଲ୍ଲୀ: ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ୧୦ ଦିନରୁ ଫସି ରହିଛନ୍ତି ୪୧ରୁ ଅଧିକ ଶ୍ରମିକ । ତେବେ ଟନେଲ ଦୁର୍ଘଟଣାକୁ ନେଇ ଏକ ବଡ଼ ଖବର ଦେଇଛନ୍ତି । ସଡ଼କ ପରିବହନ ଏବଂ ରାଜମାର୍ଗର ସଚିବ ଅନୁରାଗ ଜୈନ କହିଛନ୍ତି ଯେ, ଏହି ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ବିଶେଷ ଉପାୟ ପ୍ରୟୋଗ କରାଯାଉଛି । ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଏବଂ ଜୀବିତ ଭାବରେ ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅନୁରାଗ । ଯଦି ଅଗର ମେସିନ୍ ଠିକ୍ ଭାବରେ କାମ କରେ, ତେବେ ୨-୩ ଦିନ ମଧ୍ୟରେ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିବ ।

ସେହିପରି ନେସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିର ଦସ୍ୟ ହସନେନ କହିଛନ୍ତି ଯେ, ଶ୍ରମିକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନେକ ଏଜେନ୍ସି ନିଜ ତରଫରୁ ପ୍ରୟାସ ଜାରି ରଖିଛନ୍ତି । ତେବେ ୧୦ ଦିନରୁ ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥିବ, କିନ୍ତୁ ସେଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ପରାମର୍ଶ ନିଆଯାଇଛି । ଏହାପରେ ସେ କହିଛନ୍ତି ଯେ, ନଭେମ୍ବର ୧୨ ତାରିଖରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ୪୧ ଜଣ ଶ୍ରମିକ ଫସି ରହିଛନ୍ତି ।

ବର୍ତ୍ତମାନ ଶ୍ରମିକଙ୍କ ପାଖକୁ କମ୍ପ୍ରେସର ଦ୍ୱାରା ଖାଦ୍ୟ, ପାଣି, ଅକ୍ସିଜେନ ଏବଂ ଔଷଧ ପଠାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ୨୧-୨୨ ମିଟର ପର୍ଯ୍ୟନ୍ତ ଖୋଳା ଯାଇଥିବା ବେଳେ କୌଣସି ସମସ୍ୟା ଯୋଗୁଁ ଏହା ଅଟକି ରହିଥିଲା । ଲଗାତାର ପ୍ରୟାସ ଜାରି ରହିଛି, ଏବଂ ଆଶା କରାଯାଉଛି କୁବଶୀଘ୍ର ସମସ୍ତ ଶ୍ରମିକ ସୁରକ୍ଷିତ ଭାବରେ ଟନେଲ ବାହାରକୁ ବାହାରିପାରିବେ । ତେବେ ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ପରିବାର ଲୋକଙ୍କ ସହ ଶ୍ରମିକମାନଙ୍କୁ କଥା କରାଇଛନ୍ତି ଉଦ୍ଧାରକାରୀ ଦଳ ।

Get real time updates directly on you device, subscribe now.