fbpx

କ୍ୱାରେଣ୍ଟାଇନ୍ ମାନିଲେନି, ସେକ୍ସରେ ମାତିଲେ

କ୍ୱାରେଣ୍ଟାଇନରେ ଥିବା ଲୋକଙ୍କୁ ଅନ୍ୟଠାରୁ ଦୂରେଇ ରହିବାକୁ କୁହାଯାଇଥାଏ । କରୋନା ଭାଇରସର ସଂକ୍ରମଣ ପ୍ରତିହତ କରିବାକୁ ଅନେକ ଦେଶ ଲକଡାଉନ୍ ନିୟମକୁ କଡ଼ାକଡ଼ି ଲାଗୁ କରିବା ସହ ସାମାଜିକ ଦୂରତା (ସୋସିଆଲ୍ ଡିଷ୍ଟାନ୍ସିଂ) ନିୟମକୁ ମାନିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ କ୍ୱାରେଣ୍ଟାଇନ୍ ନିୟମରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ଉଗାଣ୍ଡାରେ । ସେଠାରୁ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ । ଏହା କୌଣସି ବେସରକାରୀ ସୂଚନା ନୁହେଁ, ସେଠାକାର ସରକାର ଖୋଦ୍ ଏହି ବିଷୟକୁ ସ୍ୱୀକାର କରିଛନ୍ତି । ଉଗାଣ୍ଡାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ସରକାରୀ କ୍ୱାରେଣ୍ଟାଇନରେ ରହୁଥିବା ଲୋକମାନେ ପରସ୍ପର ସହ ଶାରିରୀକ ସମ୍ପର୍କ ରଖିବା ଆରମ୍ଭ କରିଦେଇଛନ୍ତି ।


ଉଗାଣ୍ଡାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ଡିଆନା ଆଟୱିନ୍ ଏକ ସାକ୍ଷାତକାର ଅବସରରେ ସ୍ଥାନୀୟ ‘ରେଡ଼ିଓ ୱାନ୍‌’କୁ କହିଛନ୍ତି ଯେ, ଏପରି କାର୍ଯ୍ୟ ଫଳରେ ମହାମାରୀ କରୋନା ଭାଇରସକୁ ରୋକିବାକୁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ପ୍ରୟାସକୁ ଶକ୍ତ ଧକ୍କା ଲାଗିବାର ସମ୍ଭାବନା ରହିଛି । କେତେକ ଲୋକ ପରସ୍ପର ସହ ସେକ୍ସରେ ମାତିଥିବା ବେଳେ ଅନ୍ୟ କେତେକ ଲୋକ କ୍ୱାରେଣ୍ଟାଇନ୍ ନିୟମକୁ ନମାନି ଅନ୍ୟମାନଙ୍କ ରୁମ୍‌କୁ ଯାଇ ସେଠାରେ କଥାବାର୍ତ୍ତାରେ ମାତୁଛନ୍ତି । ଏହାଫଳରେ କରୋନା ଭାଇରସ୍ ବ୍ୟାପିବାର ଭୟ ସୃଷ୍ଟି ହୋଇଛି । କ୍ୱାରେଣ୍ଟାଇନରେ ରହୁଥିବା ଲୋକ ସେକ୍ସରେ ମାତିବା ଭଳି ଖବର ମିଳିଛି ଏବଂ ଏହା ଅତ୍ୟନ୍ତ ବିପଦଜନକ ବୋଲି ସେ କହିଛନ୍ତି । ଏହି ଘଟଣାକୁ ପ୍ରତିହତ କରିବାକୁ ଏବେ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କୁ ଜଗିବାକୁ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯାଉଛି ବୋଲି ସେ କହିଛନ୍ତି । ଗତମାସରେ ଉଗାଣ୍ଡା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୭ଟି କ୍ୱାରେଣ୍ଟାଇନ୍ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା । ସେଠାରେ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି । ତେବେ ଏହି ଅବସରରେ ଲୋକମାନେ ସେକ୍ସରେ ମାତୁଛନ୍ତି ବୋଲି ଖବର ଆସିବା ପରେ ଏବେ ଏହା ସ୍ଥାନୀୟ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି ଏବଂ ସରକାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରୁଛନ୍ତି ।

Get real time updates directly on you device, subscribe now.