fbpx

IND VS SA; ପ୍ରଥମ ଟି-୨୦ ମ୍ୟାଚକୁ ନେଇ ବଢିଲା ଆଶଙ୍କା: ତ୍ରିବେନ୍ଦ୍ରମରେ ହଜିଯିବ ଫ୍ୟାନ୍ସମାନଙ୍କ ମଜା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ନେଇ ଦେଖା ଦେଇଛି ଆଶଙ୍କା । ପ୍ରଥମ ଟି-୨୦ ମ୍ୟାଚ ତିରୁଅନନ୍ତପୁରମ ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳାଯିବାର ସୂଚୀ ରହିଛି । ତେବେ ୩ ବର୍ଷ ପରେ ଏଠାରେ କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଏହାକୁ ନେଇ ଏବେ ଆଶଙ୍କା ବଢିଛି । ବହୁ ପ୍ରତିକ୍ଷୀତ ଏହି ମ୍ୟାଚକୁ ଫ୍ୟାନ୍ସମାନେ ଅପେକ୍ଷା କରିଥିବା ବେଳେ ସେମାନଙ୍କ ଖୁସି ପୁଣି ସ୍ୱପ୍ନରେ ରହିଯାଇପାରେ । ମ୍ୟାଚ ସହିତ ଫ୍ୟାନ୍ସମାନଙ୍କ ଖୁସି ଉପରେ ପଡିଛି ମୌସୂମୀର କଳା ନଜର ।

ମୌସୂମୀ ଯୋଗୁଁ ଭାରତର ବିଭିନ୍ନ ସ୍ଥାନରେ ଏବେ ବର୍ଷା ଲାଗି ରହିଛି । କେରଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେଣୁ ବୁଧବାର ସକାଳ ୬ଟାରୁ ୮ଟା ପର୍ଯ୍ୟନ୍ତ ଏଠାରେ ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି । ଯାହା ଫଳରେ ସାରାଦିନ ଆକାଶରେ ବାଦଲ ଛାଇ ରହିଛି । ତେବେ ସନ୍ଧ୍ୟାରେ ବର୍ଷା ହେବାର ସମ୍ଭାବନା କମ୍ ରହିଛି । ସନ୍ଧ୍ୟାରେ ତାପମାତ୍ରା ପ୍ରାୟ ୨୭ ଡିଗ୍ରୀ ସେଲସିୟସ ରହିବ । ତେବେ ବାଦଲ ଯୋଗୁଁ ଏଠାରେ ଭୁବନେଶ୍ୱର କୁମାରଙ୍କ ଭଳି ସ୍ୱିଙ୍ଗ ବୋଲରମାନଙ୍କୁ ଖୁବ ସାହାଯ୍ୟ ମିଳିବ ।

ତେଣୁ ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରିବା ପରେ ଦକ୍ଷିଣ ଆଫ୍ରିକାକୁ ମାତ ଦେବା ପାଇଁ ରଣନୀତି ଉପରେ କିଛି ପରିବର୍ତ୍ତନ କରିପାରେ ଟିମ ଇଣ୍ଡିଆ । ତେବେ ମ୍ୟାଚ ଦିନ ଯଦି ବର୍ଷା ହୁଏ, ତେବେ ୩ ବର୍ଷର ଅପେକ୍ଷା ପୁଣି ଥରେ ଅପେକ୍ଷାରେ ରହିଯିବ । ଯାହା ଫ୍ୟାନ୍ସମାନଙ୍କ ଆଶା ଏବଂ ଖୁସିକୁ ମଧ୍ୟ ଛଡାଇ ନେଇପାରେ ।

ଭାରତର ପ୍ଲେଇଙ୍ଗ ୧୧:

ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ/ଶ୍ରେୟସ ଅୟର, ଦିନେଶ କାର୍ତ୍ତିକ, ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ/ଅର୍ଶଦୀପ ସିଂହ, ଜସପ୍ରୀତ ବୁମରାହ ଏବଂ ୟୁଜବେନ୍ଦ ଚହଲ ।

Get real time updates directly on you device, subscribe now.