fbpx
BJD
BJD SKY
BJD SKY

ଟେଷ୍ଟ୍ କ୍ରିକେଟରୁ ଅବସର ନେଲେ ଷ୍ଟାର୍ କ୍ରିକେଟର୍ କ୍ୱିଣ୍ଟନ୍ ଡି କକ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଷ୍ଟାର୍ କ୍ରିକେଟର୍ କ୍ୱିଣ୍ଟନ ଡି କକ୍ ଟେଷ୍ଟ୍ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି । ଗୁରୁବାର ଦିନ ସେ ଏନେଇ ନିଷ୍ପତ୍ତି ନେଇଛନ୍ତି । ଗତକାଲି ସୁପରସ୍ପୋର୍ଟ ପାର୍କରେ ପ୍ରଥମ ଟେଷ୍ଟକୁ ବିରାଟ କୋହଲିଙ୍କ ଦଳ ୧୧୩ ରନ୍ ରେ ଜିତିବା ସହିତ ୩ ମ୍ୟାଚ୍ ଶୃଙ୍ଖଳରେ ୧-୦ରେ ଆଗୁଆ ହୋଇଛି । ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୩୦୫ ରନ୍‌ ବିଜୟ ଲକ୍ଷ୍ୟ ଧାର୍ୟ୍ୟ ହୋଇଥିଲା। ଡିନ୍‌ ଏଲଗାରଙ୍କ ଦଳ କିନ୍ତୁ ୧୯୧ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଆକର୍ଷଣୀୟ ଶତକ ପାଇଁ କେଏଲ୍ ରାହୁଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ତେବେ ସେଞ୍ଚୁରିଅନ୍‌ରେ ଭାରତ ପ୍ରଥମ ଥର ବିଜୟୀ ହୋଇ ୨୯ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଛି।

ଭାରତର ଏହି ବିଜୟ ପରେ କ୍ୱିଣ୍ଟନ୍ ଡି କକ୍ ଟେଷ୍ଟ୍ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ନିଜ ପରିବାର ସହିତ ଅଧିକରୁ ଅଧିକ ସମୟ ବିତେଇବାକୁ ଚାହୁଁଛନ୍ତି । ଖାସ୍ କଥା ହେଉଛି ତାଙ୍କ ଘରକୁ ଖୁବ୍ ଶୀଘ୍ର ଗୋଟିଏ ନୂଆ ସଦସ୍ୟ ଆସିବାକୁ ଯାଉଛି । ତାଙ୍କ ପତ୍ନୀ ଏବେ ଗର୍ଭବତୀ ଅଛନ୍ତି । ସେ ଭାରତ ବିପକ୍ଷରେ ସିରିଜ୍ ର ଦ୍ୱିତୀୟ ଓ ତୃତୀୟ ଟେଷ୍ଟ୍ ରୁ ପାଟର୍ନିଟି ଲିଭ୍ ରେ ଯିବାକୁ ଚାହୁଁନଥିଲେ । ହେଲେ ଅଚାନକ ସେ ପୂରା ଫର୍ମାଟରୁ ହିଁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.