fbpx

ଶୂନଶାନ ରାସ୍ତାରେ ଅଟୋଚାଳକଙ୍କୁ ଆକ୍ରମଣ କରି ମୋବାଇଲ ଲୁଟି ନେଲେ , ୩ ଲୁଟେରାଙ୍କୁ ଖୋଜୁଛି ପୋଲିସ

ପାରାଦୀପ (ଭାସ୍କର ନ୍ୟୁଜ୍‌): ପାରାଦୀପ ଗଡ଼ ଦୋଛକି ନିକଟବର୍ତ୍ତୀ ଗୁପ୍ତା ଟ୍ରେଡର୍ସ ନିକଟରୁ ଅଟୋଚାଳକଙ୍କୁ ଛୁରୀରେ ଆକ୍ରମଣ କରି ମୋବାଇଲ ଛଡାଇ ନେଇ ଫେରାର ହୋଇଯାଇଛନ୍ତି ତିନି ଦୁର୍ବୃତ୍ତ । ପାରାଦୀପ ନେହେରୁ ବଙ୍ଗଳା ରୁ ରାହାମା ଯାଇଥିବା ଜଣେ ଅଟୋ ଚାଳକକୁ ଛୁରୀ ରେ ଆକ୍ରମଣ କରି ମୋବାଇଲ ଛଡାଇ ନେଇଯାଇଥିବା ନେଇ ପାରାଦୀପ ଲକଥାନାରେ ଏତଲା ଦେଇଛନ୍ତି ଅଟୋ ଚାଳକ ।

ସୂଚନା ମୁତାବିକ, ପାରାଦୀପ ନେହେରୁ ବଙ୍ଗଳାରୁ ଜଣେ ଅଟୋରିକ୍ସା ଚାଳକ ଏକ ଭଡାରେ ରାହାମା ଯାଇ ସେଠାରୁ ଫେରୁଥିବା ସମୟରେ ପାରାଦୀପ ଗଡ଼ ନିକଟବର୍ତ୍ତୀ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ନିକଟରେ ଗାଡ଼ିରୁ ତେଲ ସରିଯିବା କାରଣରୁ ଗାଡିଟି ରାସ୍ତାରେ ଠିଆ କରି କାହା ସହିତ ଫୋନରେ କଥା ହେଉଥିବା ସମୟରେ ଦୋଛକି ପଟରୁ ଗୋଟିଏ ପଲସର ଗାଡ଼ିରେ ତିନିଜଣ ଯୁବକ ଆସି କଣ ପାଇଁ ଠିଆହୋଇଛ କଣ ହେଇଚି ପଚାରିବା ପରେ ହଠାତ ଏକ ଛୁରୀ ରେ ଅଟୋ ଚାଳକର ହାତକୁ ଆକ୍ରମଣ କରି ମୋବାଇଲ ଛଡାଇ ନେଇ ଚମ୍ପଟ ମାରିଥିଲେ । ରାତି କାରଣରୁ ରାସ୍ତା ଶୂନଶାନ ର ସୁଯୋଗ ନେଇ ଫେରାର ହୋଇଯାଇଥିଲେ ତିନି ପଲସର ଆରୋହୀ ଦୁର୍ବୁର୍ତ୍ତ । ପରେ ଅଟୋଚାଳକ ଜଣକ ପାରାଦୀପ ଲକ ଥାନାରେ ଲିଖିତ ଏତଲା ଦେଇଛନ୍ତ ।

Get real time updates directly on you device, subscribe now.