fbpx

ସାମନାକୁ ଆସିଲା ଫିଲ୍ମ ‘ରାଧେଶ୍ୟାମ’ର ନୂଆ ରିଲିଜ୍ ଡେଟ୍, ଏହିଦିନ ପରଦାରେ ଦେଖିବେ ପ୍ରଭାସ-ପୁଜାଙ୍କ ନିଆରା ପ୍ରେମକାହାଣୀ

ନୂଆଦିଲ୍ଲୀ: ସୁପରଷ୍ଟାର୍ ପ୍ରଭାସ ଓ ବଲିଉଡ୍ ଅଭିନେତ୍ରୀ ପୁଜା ହେଗଡେଙ୍କ ଅପକମିଂ ଫିଲ୍ମ “ରାଧେ ଶ୍ୟାମ”କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ରହିଛି । ଏହି ଫିଲ୍ମ ଜାନୁଆରୀ ୧୪ ତାରିଖରେ ରିଲିଜ୍ ହେବାକୁ ଥିଲା ଓମିକ୍ରମ ଭାରିଆଣ୍ଟ୍ କାରଣରୁ ଲାଗୁ ହୋଇଥିବା କଟକଣା କାରଣରୁ ରିଲିଜ୍ ଡେଟ୍ କୁ ଘୁଞ୍ଚାଇଦିଆଯାଇଥିଲା । ସେବେ ଠାରୁ ଫ୍ୟାନ୍ସ ମାନେ ନୂତନ ରିଲିଜ୍ ଡେଟ୍ କୁ ଅପେକ୍ଷା କରି ରହିଛନ୍ତି । ଏହା ଭିତରେ ନିଜ ଫ୍ୟାନ୍ସଙ୍କ ପାଇଁ ପ୍ରଭାବ ଖୁସି ଖବର ଆଣିଛନ୍ତି ।

ପ୍ରଭାସ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ରାଧେଶ୍ୟାମର ନୂଆ ରିଲିଜ୍ ଡେଟ୍ ସମ୍ପର୍କ୍ରରେ ସୂଚନା ଦେଇଛନ୍ତି । ଫିଲ୍ମର ମେକର୍ସ ମାନେ ନୂଆ ଡେଟ୍ ଆଜି ରିଭିଲ୍ କରିଛନ୍ତି । ଫିଲ୍ମଟି ମାର୍ଚ୍ଚ ୧୧ ତାରିଖରେ ରିଲିଜ୍ ହେବ । ରାଧେଶ୍ୟାମର ମେକର୍ସ ମାନେ ଟୁଇଟ୍ କରି ଏ ସମ୍ପର୍କରେ କହିଛନ୍ତି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ପ୍ରଭାବ ଓ ପୁଜା ଏକାଠି ନଜର ଆସିବେ । ରୋମାଞ୍ଚକର ପ୍ରେମ କାହାଣୀ ଆପଣ ମାନେ ଏଥିରେ ଦେଖିବାକୁ ପାଇବେ । ପ୍ରଭାବ ଏଥିରେ ବିକ୍ରମ ଆଦିତ୍ୟ ଭୂମିକାରେ ନଜର ଆସିବେ । ଯିଏକି ହାତ ଦେଖି ଭବିଷ୍ୟତ କହି ପାରେ । ଏହା ଭିତରେ ତାଙ୍କର ପ୍ରେରଣା ଅର୍ଥାତ୍ ପୂଜାଙ୍କ ସହିତ ଭେଟ ହେଉଛି ଓ ଦୁହେଁ ପ୍ରେମରେ ପଡ଼ିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.