fbpx

‘ଭାରତୀୟ ବିମାନରେ କାହିଁକି ଦିଆଯାଉଛି ବିଦେଶୀ ଜଳଖିଆ’, ସୋସିଆଲ ମିଡିଆରେ ପୋଷ୍ଟ କରି ବର୍ଷିଲେ ରାଧିକା ଗୁପ୍ତା

ନୂଆଦିଲ୍ଲୀ: ଭାରତୀୟ ବିମାନରେ ଖାଦ୍ୟକୁ ନେଇ ବିବାଦ ଦେଖିବାକୁ ମିଳିଥାଏ। ଗ୍ରାହକମାନେ ଖାଦ୍ୟର ଗୁଣାବତ୍ତା ଆଉ କେବେ କେବେ ପରିମାଣକୁ ନେଇ ପ୍ରଶ୍ନ ଉଠାଇଥାଆନ୍ତି। ବର୍ତ୍ତମାନ ଏଡଲୱାଇଡ ମ୍ୟୁଚ୍ୟୁଆଲ ଫଣ୍ଡର ସିଇଓ ରାଧିକା ଗୁପ୍ତା ବର୍ତ୍ତମାନ ଏୟାରଲାଇନ୍ସର ଖାଦ୍ୟକୁ ନେଇ କିଛି ଏପରି ପ୍ରଶ୍ନ ଉଠାଇଛନ୍ତି, ଯାହା ଆପଣଙ୍କ ଆଖି ଖୋଲି ଦେବ। ସେ ପଚାରିଛନ୍ତି ଭାରତୀୟ ବିମାନରେ ବିଦେଶୀ ଜଳଖିଆ ଦିଆଯାଏ, ଭାରତର ନିଜର ଅନେକ ବ୍ୟଞ୍ଜନ ରହିଛି, ଯାହା ଘରେ ଘରେ ଲୋକପ୍ରିୟ।

ରାଧିକା ଗୁପ୍ତା ଏକ୍ସରେ ପ୍ରଶ୍ନ କରିଛନ୍ତି ଯେ, ବିମାନ ଯାତ୍ରା ସମୟରେ ଆମକୁ ବକ୍ସ ଫୁଡ ମିଳିଥାଏ। ଏଥିରେ ବ୍ରେଡକୁ ଦୁଇ ଫାଳ କରି, ସେଥରେ ଚିଜ୍ ଏବଂ ଅନ୍ୟ ଜିନିଷ ଦିଆଯାଇଥାଏ। ଏହାକୁ ଜଳଖିଆ କୁହାଯାଉଛି। ଏହାକୁ ବନ୍ଦ କରିବା ଆବଶ୍ୟକ। ଏହା ଭାରତ, ବିଦେଶ ନୁହେଁ। ଆମ ଦେଶରେ ଜଳଖିଆ ଭାବେ ପରଟା, ଇଡଲୀ, ଢୋକଲା ଭଳି ଅନେକ ଜଳଖିଆ ରହିଛି। ଯାତ୍ରା ସମୟରେ ପରିବାରେ ଆମ ମାଆ ଏକ ସୁଆଦିଆ ପରଟା ରୋଲ ତିଆରି କରିଦିଅନ୍ତି। ଯଦି, ବିମାନ ଜାହଜରେ ଆମକୁ ସେହି ବୋରିଙ୍ଗ ସାଣ୍ଡୱିଚ୍ ପ୍ରତିଥର ମିଳିଥାଏ। ଆପନଙ୍କୁ ଅନୁରୋଧ ଯେ, କିଛି କ୍ରିଏଟିଭ କରାନ୍ତୁ।

Get real time updates directly on you device, subscribe now.