fbpx
BSKY SKY
BSKY SKY

ରମାଦେବୀ କଲେଜରେ ରାଗିଂ : ଗଣଶିକ୍ଷା ବିଭାଗ ଘଟଣାର ତଦନ୍ତ କରୁଛି

BSKY

ଭୁବନେଶ୍ୱର : ଓଡ଼ିଶାର ରାଜଧାନୀରେ ଥିବା ରମାଦେବୀ ଜୁନିୟର କଲେଜରେ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଅଭିଯୋଗ ଆସିଛି । ଯୁକ୍ତ ଦୁଇର ପ୍ରଥମ ବର୍ଷର ଛାତ୍ରୀ ଏନେଇ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ, ରମାଦେବୀ କଲେଜରେ ପଢୁଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଜଣକ କଲେଜରେ ରାଗିଂ ହୋଇଥିବାର ଅଭିଯୋଗ ଆଣିଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି ଯେ, ରାଗିଂ ବିଷୟ ନେଇ ଚାତ୍ରୀ ଜଣକ ପ୍ରଥମେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ ଏହାକୁ ଗୁରୁତ୍ୱ ଦେଇନଥିଲା କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ତେବେ ଏହାପରେ ଛାତ୍ରୀ ଜଣକ ଗଣଶିକ୍ଷା ବିଭାଗକୁ ଏ ସମସ୍ତ ବିଷୟରେ ଜଣାଇଥିଲେ ।

ଏ ସମସ୍ତ ବିଷୟ ଜାଣିବା ପରେ ଗଣଶିକ୍ଷା ବିଭାଗ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଗଣଶିକ୍ଷା ବିଭାଗ ଘଟଣାର ତଦନ୍ତ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.