fbpx

ୟୁଜର୍ସଙ୍କ ପ୍ରାଇଭେସୀ ଲାଗି ହ୍ୱାଟସଆପ୍ ଆଣିିଲା ନୂଆ ଫିଚର, ଏଣିକି ଆପଣଙ୍କ ଚାଟିଂକୁ କେହି ବି ପଢିପାରିବେନି

ନୂଆଦିଲ୍ଲୀ: ୟୁଜର୍ସଙ୍କ ସବୁଠାରୁ ପସନ୍ଦଯୋଗ୍ୟ ଚାଟିଂ ଆପ୍ ହ୍ୱାଟସଆପ୍ ଏବେ ଏକ ନୂଆ ଫିଚର ଆଣି ଆସିଛି । ଏହି ଫିଚର ଜରିଆରେ ୟୁଜର୍ସ ଲକ୍ ଫିଚର୍ସକୁ ହାଇଡ୍ କିମ୍ବା ଲୁଚାଇ ପାରିବେ । ହ୍ୱାଟସଆପ୍ ପକ୍ଷରୁ ଏହି ନୂଆ ଫିଚର ବିଷୟରେ WABetaInfo ସୂଚନା ଦେଇଛି । WABetaInfo ହ୍ୱାଟସଆପ୍ ବିଟା ଆଣ୍ଡ୍ରଏଡ୍‌ର ୨.୨୩.୨୧.୯ ଅପଡେଟ୍ ବିଷୟରେ ସୂଚନା ଦେଇଛି । ଏଥିରେ କୁହାଯାଇଥିଲା କି ହ୍ୱାଟସଆପ୍ ଏକ ସିକ୍ରେଟ କୋଡ୍ କ୍ରିଏସନ ଫିଚର ଉପରେ କାମ କରୁଛି । ଏହାର ସାହାଯ୍ୟରେ ୟୁଜର ନିଜର ସୁରକ୍ଷିତ ଚାଟ୍ ଫୋଲ୍ଡରକୁ ପାସ୍‌ୱାର୍ଡ ଦେଇ ଲକ୍ କରିପାରିବ ।

କୁହାଯାଇଥିଲା ଏହି ଫିଚର ହ୍ୱାଟସଆପ୍ ସହ ଜଡିତ ୟୁଜରଙ୍କ ଅନ୍ୟ ଡିଭାଇସ୍‌ରେ ମଧ୍ୟ କାମ କରିବ । ଏବେ ଏହାକୁ ନେଇ ଏକ ବଡ ଅପଡେଟ୍ ଆସିଛି । ଏହି ନୂଆ ଫିଚର ସହାୟତାରେ ୟୁଜର ଚାଟ୍ ଲିଷ୍ଟରେ ଲକ୍ କରାଯାଇଥିବା ଚାଟ୍‌କୁ ହାଇଡ୍ ବି କରିପାରିବ ।

ପୂର୍ବରୁ ଲକ୍ ଚାଟ୍‌ର ଲିଷ୍ଟକୁ ଆକ୍ସେସ୍ କରିବା ଲାଗି ଏଣ୍ଟ୍ରି ପଏଣ୍ଟ ଚାଟ୍ ଲିଷ୍ଟରେ ଦେଖିବାକୁ ମିଳୁଥିଲା । ଏହାଦ୍ୱାରା ଆପଣଙ୍କ ଲକଡ୍ କନଭରସେସନକୁ କେହି ବି ଆକ୍ସେସ କରିପାରୁଥିଲେ । କିନ୍ତୁ ହ୍ୱାଟସଆପ୍‌ର ନୂଆ ଫିଚର ୟୁଜର୍ସଙ୍କ ଏହି ଟେନସନକୁ ଦୂର କରିଦେବ । ଏହା ସାହାଯ୍ୟରେ ୟୁଜର ଲକ୍ ଚାଟ୍‌କୁ ଏଣ୍ଟ୍ରୀ ପଏଣ୍ଟରୁ ହଟେଇ ଦେଇପାରିବେ ଓ ଏହାକୁ କେବଳ ସର୍ଚ୍ଚ ବାର୍‌ରେ ସିକ୍ରେଟ୍ କୋଡ୍ ଦେଇ ଆକ୍ସେସ କରାଯାଇପାରିବ । ଏହି ନୂଆ ଫିଚର ୟୁଜର୍ସଙ୍କ ପ୍ରାଇଭେସୀ ଲାଗି ବେଶ୍ ଲାଭଦାୟକ ।

Get real time updates directly on you device, subscribe now.