fbpx
BJD SKY
BJD SKY

ଭାରତ ସହ ତିକ୍ତତା ମଧ୍ୟରେ କାନାଡାର ବଡ଼ ନିଷ୍ପତ୍ତି: ମୁମ୍ବାଇରେ ଭିସା ଅଫିସ୍ କଲା ବନ୍ଦ

BJD

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ କାନାଡା ପକ୍ଷରୁ ଆଉ ଏକ ନୂଆ ନିଷ୍ପତ୍ତି ନିଆଯାଇଛି । ମୁମ୍ବାଇରେ କାନାଡା ନିଜର ଭିସା ଏବଂ କାଉନ୍ସଲର ଆକ୍ସେସ୍ ବନ୍ଦ କରିଦେଇଛି । ଯିଏ ବି ଏବେ କାନାଡା ଯାତ୍ରା କରିବାକୁ ଚାହୁଁଛନ୍ତି, ତାଙ୍କୁ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରୁ ଭିସା ପାଇଁ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ । କାନାଡା ଏହାର ନିଷ୍ପତ୍ତି ପଛରେ କୌଣସି କାରଣ ଦେଇନାହିଁ ।

ମୁମ୍ବାଇ ଅଫିସରେ କାମ କରୁଥିବା କର୍ମଚାରୀ କହିଛନ୍ତି ଯେ, ନାଗରିକମାନେ ସେମାନଙ୍କ ସମସ୍ୟା ପାଇଁ ଆମକୁ ମେଲ କରିପାରିବେ । ବର୍ତ୍ତମାନ କାର୍ଯ୍ୟାଳୟରେ ସମସ୍ତ ପ୍ରକ୍ରିୟା ବନ୍ଦ ଅଛି । ସମସ୍ତ ଭିସା ସମ୍ବନ୍ଧୀୟ କାର୍ଯ୍ୟ ବର୍ତ୍ତମାନ ଦିଲ୍ଲୀ କାର୍ଯ୍ୟାଳୟରୁ କରାଯିବ । ଖାଲିସ୍ତାନ ସମର୍ଥକ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଯାଇଥିଲା । ଏହା ପରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଛନ୍ତି ଯେ ନିଜ୍ଜର ହତ୍ୟା ପଛରେ ଭାରତର ହାତ ଅଛି ।

୪୧ କୂଟନୀତିଜ୍ଞ କାନାଡାକୁ ଫେରିଲେ :-

ଏହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାନାଡା ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । ଏହାର ଜବାବ ଦେବାକୁ ଯାଇ ଭାରତ ମଧ୍ୟ କାନାଡାର କୂଟନୀତିଜ୍ଞଙ୍କୁ ହଟାଇ ଦେଇଛି । ଏହା ପରେ ଶୁକ୍ରବାର ଦିନ କାନାଡା ସରକାର ସୂଚନା ଦେଇଛନ୍ତି ଯେ ଏହା ଭାରତରୁ ୪୧ କୂଟନୀତିଜ୍ଞଙ୍କୁ ଫେରାଇ ନିଆଯାଇଛି ।

Get real time updates directly on you device, subscribe now.