fbpx

ଶ୍ରୀମନ୍ଦିର ଦର୍ଶନ ସାରି ରାଜଭବନରେ ପହଞ୍ଚିଲେ ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସ

Advertisement

ଓଡିଶା ଭାସ୍କର; ଶ୍ରୀମନ୍ଦିର ଦର୍ଶନ ସାରି ରାଜଭବନରେ ପହଞ୍ଚିଲେ ଓଡିଶାର ନୂଆ ରାଜ୍ୟପାଳ ରଘୁବର ଦାସ । ତେବେ ଏହି ଅବସରରେ ମହାମହିମ ରାଜ୍ୟପାଳଙ୍କୁ ରାଜଭବନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନା ଅନୁଯାୟୀ, ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ଭୋରରୁ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଦର୍ଶନ କରିଥିଲେ । ପ୍ରାୟ ୧ଘଣ୍ଟା ଶ୍ରୀମନ୍ଦିରରେ ସେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପୁରୀରୁ ଆସି ଭୁବନେଶ୍ୱରସ୍ଥିତ ରାଜଭବନରେ ପହଞ୍ଚିଥିଲେ । ଆସନ୍ତା କାଲି ଦିନ ୧୧ଟା ୪୫ ସମୟରେ ରାଜ୍ୟପାଳ ଭାବେ ତାଙ୍କର ଶପଥପାଠ କାର୍ୟ୍ୟକ୍ରମ ରହିଛି । ଗତ ଶନିବାର ଦିନ ଶ୍ରୀ ରଘୁବର ଦାସ ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ଦଳର ପ୍ରାଥମିକ ସକ୍ରିୟ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

Get real time updates directly on you device, subscribe now.