fbpx
BSKY
BJD MC SKY
BJD YOUTH SKY

ଜୀବନକୁ ବାଜି ଲଗାଇ ଛକା ରୋକିଲେ ରାହାଣେ: ଫିଟନେସ ଆଗରେ ହାରିଲା ବୟସ

ନୂଆଦିଲ୍ଲୀ: ବାଙ୍ଗାଲୋର ବିପକ୍ଷ ମ୍ୟାଚକୁ କଡା ମୁକାବିଲା ସହ ୮ ରନରେ ବାଜିମାତ୍ କରିଛି ଚେନ୍ନାଇ ସୁପର କିଙ୍ଗସ । ଏହି ବିଜୟ ସହ ଷଷ୍ଠ ସ୍ଥାନରୁ ସିଧା ତୃତୀୟ ସ୍ଥାନରେ ପହଞ୍ଚିଛି ସିଏସକେ । ଏହି ହାଇଭୋଲ୍ଟେଜ ମ୍ୟାଚରେ ଅନେକ କିଛି ଟ୍ୱିଷ୍ଟ ଦେଖିବାକୁ ମିଳିଥିଲା । ଅନେକ ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଥିଲା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ । ତେବେ ମ୍ୟାଚରେ ଚେନ୍ନାଇର ଷ୍ଟାର ବ୍ୟାଟର ଅଜିଙ୍କ୍ୟା ରାହାଣେଙ୍କ ପ୍ରଦର୍ଶନ ସମସ୍ତଙ୍କ ମନ ଜିଣି ନେଇଛି । ତେଣୁ ବର୍ତ୍ତମାନ ରାହାଣେଙ୍କୁ ସୁପର କିଙ୍ଗସର ସୁପରମ୍ୟାନ ବୋଲି କୁହାଯାଉଛି ।

ଆରସିବି ବିପକ୍ଷ ମ୍ୟାଚରେ ପ୍ରଥମେ ବିସ୍ପୋରକ ବ୍ୟାଟିଂ କରିଥିଲେ ରାହାଣେ । ମାତ୍ର ୨୦ ବଲରେ ୩୭ ରନର ଇନିଂସ ଖେଳିବା ପରେ ସେ ଫିଲ୍ଡିଂରେ ମଧ୍ୟ ନିଜ ଜଲୱା ଦେଖାଇଛନ୍ତି । ଟିମ ଇଣ୍ଡିଆ ସର୍ବଶ୍ରେଷ୍ଠ ଫିଲ୍ଡରମାନଙ୍କ ତାଲିକାରେ ତାଙ୍କ ନାଁ ମଧ୍ୟ ଖୁବ ଉପରେ ରହିଛି । ଯାହାର ଝଲକ ଏହି ମ୍ୟାଚର ନବମ ଓଭରରେ ଦେଖିଥିଲେ ଦର୍ଶନ । ରବିନ୍ଦ୍ର ଜାଡେଜାଙ୍କର ଏକ ବଲକୁ ବାଙ୍ଗାଲୋରର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ ଜୋରଦାର ପ୍ରହାର କରିଥିଲେ । କିନ୍ତୁ ଏହି ଶଟ୍ ଏକ ବିଶାଳ ଛକାରେ ପରିଣତ ହେବା ପୂର୍ବରୁ ମଝିରେ ଆସିଥିଲେ ଅଜିଙ୍କ୍ୟା ରାହାଣେ । ବାଉଣ୍ଡ୍ରି ରୋପ୍ ପାଖରୁ ଜମ୍ପ କରି ବଲକୁ ଛକା ହେବା ପୂର୍ବରୁ ରୋକି ଦେଇଥିଲେ । ମ୍ୟାକ୍ସୱେଲ ଜାଡେଜାଙ୍କ ସମେତ ସମସ୍ତ ଖେଳାଳି ଏବଂ ଦର୍ଶକ ଏହାକୁ ଛକା ବୋଲି ଭାବି ନେଇଥିବା ବେଳେ ରାହାଣେ ଏହାର ପରିଣାମକୁ ବଦଳାଇ ଦେଇଥିଲେ ।

ଗୋଟିଏ ସମୟରେ ଏହି ଶଟ୍ ଏକ ସୁନିଶ୍ଚିତ ଛକା ଲାଗୁଥିବା ବେଳେ ଶେଷରେ ମାତ୍ର ୧ ରନ୍ କରି ପାରିଥିଲେ ମାକ୍ସୱେଲ ଏବଂ ଡୁପ୍ଲେସି । ଅର୍ଥାତ୍ ରାହାଣେ ଏହି ଫିଲ୍ଡିଂ ଦ୍ୱାରା ଦଳ ପାଇଁ ୫ ରନ ଅଟକାଇଥିଲେ । ତେବେ ବାଙ୍ଗାଲୋର ଏହି ମ୍ୟାଚକୁ ୮ ରନରେ ପରାସ୍ତ ହୋଇଥିବା ବେଳେ ଏହି ଫିଲ୍ଡିଂ ଚେନ୍ନାଇ ପାଇଁ ବିଜୟର ଆଉ ଏକ କାରଣ ପାଲଟିଥିଲା । ସୂଚନା ଥାଉ କି, ୩୪ ବର୍ଷ ବୟସରେ ରାହାଣେଙ୍କର ଏମିତି ଫିଟନେସ ତାଙ୍କୁ ଭାରତୀୟ ଟିମରେ ପୁଣିଥରେ କମବ୍ୟାକ କରିବାର ରାସ୍ତା ଫିଟାଇ ଦେଇଛି ।

Get real time updates directly on you device, subscribe now.