fbpx

ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଲୁଟେରା: ଅଜଣା ବ୍ୟକ୍ତିଠାରୁ ସାହାଯ୍ୟ ନିଅନ୍ତୁନି, ଏଟିଏମରୁ ଟଙ୍କା ଉଠାଇବା ବେଳେ ସାବଧାନ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସାଇବର ଫ୍ରଡଙ୍କର ରାଜୁତି ବଢ଼ିବାରେ ଲାଗିଛି । ଲୋକମାନେ ଯେତେ ଶିଖିତ ହେଲେ ମଧ୍ୟ ଠକଙ୍କ କବଳରୁ ତ୍ରାହି ପାଇ ପାରୁନାହାନ୍ତି । ପ୍ରଥମେ ଏହି ଠକମାନେ ଅତି ନିରୀହ ଭାବେ ଏକ ଏଟିଏମ୍ କାଉଣ୍ଟର ଭିତରେ ପ୍ରବେଶ କରୁଛନ୍ତି । ତା’ପରେ ସରଳିଆ ଲୋକ ଦେଖି ସାହାଯ୍ୟ କରିବା ବାହାନାରେ ଡେବିଟ୍ କାର୍ଡକୁ ଅଦଳବଦଳ କରିଦେଉଛନ୍ତି । ଆପଣ ଟଙ୍କା ନ ଉଠିବା ଚିନ୍ତାରେ ବ୍ୟସ୍ତ ରହିଥିବା ବେଳେ ସେମାନେ ଚାଲାକି କରି କାର୍ଡ ବଦଳାଇ ଦେଇଥାନ୍ତି । ଆଉ ଏହାର ସାମାନ୍ୟ ସୁରାକ ଆପଣମାନେ ପାଇ ପାରିନଥାନ୍ତି ।

ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ପୁରୀ ଜିଲ୍ଲାର ତ୍ରିନାଥ ବେହେରା ଜଣେ ବ୍ୟକ୍ତି କଳ୍ପନା ଅଞ୍ଚଳରେ ରହୁଥିବା ବେଳେ ସେ ନିକଟରେ ଏକ କାନାରା ବ୍ୟାଙ୍କ ଏଟିଏମ କାର୍ଡ ଧରି ଏସବିଆଇ ଏଟିଏମ କାଉଣ୍ଟରକୁ ଟଙ୍କା ଉଠାଇବାକୁ ଯାଇଥିଲେ । ତେବେ ସେ ୧୦ ହଜାର ଟଙ୍କା ଉଠାଇବାକୁ ଚାହିଁଥିବା ବେଳେ ତାହା ବାହାରିନଥିଲା । ଏହି ସମୟର ଦୁଇଜଣ ଅଜଣା ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାର ବାହାନା ଦେଖାଇ ୫ ହଜାର ଟଙ୍କା ଲେଖାଏଁ ଉଠାଇବାକୁ ପରାମର୍ଶ ଦେଇଥିଲେ ।

ତେବେ ଟଙ୍କା ଉଠାଇବାର ସୁଯୋଗ ନେଇ ଦୁଇ ଠକ ତ୍ରିନାଥଙ୍କ ଏଟିଏମ୍ କାର୍ଡକୁ ବଦଳାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ତ୍ରିନାଥଙ୍କ ଆକାଉଣ୍ଟରୁ ୩ ଲକ୍ଷ ୪୨ ହଜାର ଟଙ୍କାର କାରବାର ହୋଇଥିବା ଜାଣିବାକୁ ପାଇଥିଲେ । ରାଜଧାନୀର ଏହି ସ୍ମାର୍ଟ ଲୁଟେରାଙ୍କ ଫାଶରେ ପଡ଼ି କିଛିଦିନ ପୂର୍ବରୁ ଝାରପେଡ଼ା ଜେଲ ନିକଟରେ ଜଣେ ବ୍ୟକ୍ତି ମଧ୍ୟ ୩ ଲକ୍ଷରୁ ଅଧିକ ଟଙ୍କା ହରାଇଥିଲେ । ତେବେ ରାଜଧାନୀବାସୀଙ୍କୁ ଏଟିଏମରୁ ଟଙ୍କା ଉଠାଇବା ବେେଳେ ବେଶ୍ ସାବଧାନ ରହିବାର ଆବଶ୍ୟକତା ରହିଛି । ଅଜଣା ଲୋକଙ୍କଠାରୁ ଜମାରୁ ସାହାଯ୍ୟ ନିଅନ୍ତୁ ନାହିଁ ।

Get real time updates directly on you device, subscribe now.