fbpx

ରାୟଗଡ଼ା ସମାବେଶକୁ ରାହୁଲ ଗାନ୍ଧୀଙ୍କ ସମ୍ବୋଧନ; ଜନସଭାରେ ଓଡ଼ିଶାବାସୀଙ୍କୁ କହିଲେ ୫ଗ୍ୟାରେଣ୍ଟି କଥା

ଭୁବନେଶ୍ୱର: ଆଜି ରାୟଗଡାର ସମାବେଶକୁ ଭର୍ଚୁଆଲ୍ ମାଧ୍ୟମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବୋଧନ କରିଛନ୍ତି । ଭର୍ଚୁଆଲ୍ ମାଧ୍ୟମରେ ସେ ତାଙ୍କର ୫ଟି ଗ୍ୟାରେଣ୍ଟି କଥା କହିଛନ୍ତି । ସେ କହିଛନ୍ତି , “କଂଗ୍ରେସ ସରକାର କ୍ଷମତାକୁ ଆସିଲେ ପ୍ରଥମେ ଚାଷୀମାନଙ୍କୁ ଋଣ ଛାଡ଼ କରିବେ , ଧାନର ମୂଲ୍ୟ ବୃଦ୍ଧି କରାଯିବ, ଗ୍ରାଜୁଏଟ୍ ଏବଂ ଡିପ୍ଲୋମାଧାରୀ ଛାତ୍ରଛାତ୍ରୀମାନଙ୍କୁ ଚାକିରି କ୍ଷେତ୍ରରେ ନିଯୁକ୍ତି ଦିଆଯିବ, ଦଳିତ ଆଦିବାସୀ ଓ ପଛୁଆ ବର୍ଗଙ୍କ ଜାତିଗତ ଗଣନା କରାଯିବ , ଗରିବ ପରିବାର ମହିଳାମାନଙ୍କୁ ମାସିକ ୮ ହଜାର ୫ ଶହ ଟଙ୍କା ମିଳିବ , ସରକାରୀ ଓ ବେସରକାରୀ ଚାକିରୀରେ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ଦିଆଯିବ , ମନୋରୋଗା ଯୋଜନାରେ ଶ୍ରମିକ ମାନଙ୍କୁ ୪୦୦ ଟଙ୍କା ମଜୁରୀ ଦିଆଯିବ ।” ଆଜି ରାୟଗଡାର ଜନସଭାରେ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଦ୍ଧନ କରି କଂଗ୍ରେସ ଆସିଲେ ରାହୁଲ ଗାନ୍ଧୀ ଏହି ୫ ଗ୍ୟାରେଣ୍ଟି ଦେବାର ପ୍ରତିଶୃତି ଦେଇଛନ୍ତି ।

Get real time updates directly on you device, subscribe now.