ଚୁପଚାପ୍ ଆମେରିକା ଯାଇଛନ୍ତି ରାହୁଲ ଗାନ୍ଧୀ: ରାଷ୍ଟ୍ରପତିଙ୍କ ସହ କରିବେ ଆଲୋଚନା, ଟାରିଫ୍ ନେଇ ଆସିପାରେ ବଡ ଅପଡେଟ୍‌…

ରାହୁଲଙ୍କ ଆମେରିକା ଗସ୍ତ, ମିଳିଲା ବିଶେଷ ଖବର...

ଓଡିଶା ଭାସ୍କର: ଭାରତକୁ ଘାରିଛି ଆମେରିକା ଟାରିଫ ଭୟ । ଗୋଟିଏ ପରେ ଗୋଟିଏ ସାମଗ୍ରୀ ଉପରେ ଇଚ୍ଛା ମୁତାବକ ଆମେରିକା ରାଷ୍ଟ୍ରପତି ଟିକସ ଲଗାଉଛନ୍ତି । ମେଡିସିନ ଉପରେ ମଧ୍ୟ ୧୦୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି ।

ଏହାକୁ ନେଇ ସାରା ଦେଶରେ ଟେନସନ ବଢୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାର ସମାଧାନର ବାଟ କାଢି ପାରନ୍ତି ବୋଲି ଜଣାପଡିଛି । ଏଥିପାଇଁ ସେ ୪ଟି ଦେଶ ଗସ୍ତ କରିଛନ୍ତିା

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ୪ ଦେଶ ଯାତ୍ରା ଆରମ୍ଭ କରିଛନ୍ତି । ଦକ୍ଷିଣ ଆମେରିକାର ୪ଟି ଗୁରୁତ୍ୱପୂର୍ଣ୍ଣ ଦେଶକୁ ଯାଏ ସେଠାରେ ଅନକେ ନେତାଙ୍କ ୁ ସାକ୍ଷାତ କରିବେ ।
ଯଦିଓ ରାହୁଲ ଏନେଇ କିଛି ସୂଚନା ଦେଇନାହାନ୍ତି ମାତ୍ର ବିଶେଷସୂତ୍ରରୁ ଏବାବଦରେ ଖବର ମିଳିସାରିଛିା ମାତ୍ର ସେ କେତେ ଦିନ ସେଠାରେ ରହିବେ ସେ ବାବଦରେ କିଛି ସ୍ପଷ୍ଟ ଖବର ମିଳିପାରିନାହିାଁ

କଂଗ୍ରେସର ମିଡିଆ ଓ ପ୍ରଚାର ବିଭାଗର ପ୍ରଭାରୀ ପବନ ଖେଡା ଏକ୍ସ ପୋଷ୍ଟରେ ସମ୍ୟକ ସୂଚନା ଦେଇ ଲେଖିଛନ୍ତି କି “ବିପକ୍ଷ ଦଳ ନେତା ରାହୁଲ ଗାନ୍ଧୀ ଦକ୍ଷିଣ ଆମେରିକା
ଯାତ୍ରା ଆରମ୍ଭ କରିଛନ୍ତିା ସେଠାରେ ସେ ଅନେକ ନେତା ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ବ୍ୟାପାର ମନ୍ତ୍ରଣାଳୟର ସଦସ୍ୟଙ୍କ ସହ ସାକ୍ଷାତ କରିବାର ଯୋଜନା ରହିଛିା

ତେବେ ଟ୍ରମ୍ପ ବାରମ୍ବାର ଭାରତ ଉପରେ ଟାରିଫ ଲଗାଉଥିବା ବେଳେ ହୁଏତ ସେ କିଛି ଦକ୍ଷିଣ ଆମେରିକା ନେତାଙ୍କ ଠାରୁ କିଛି ପଜିଟିଭ ରେସ୍ପନ୍ସ ଆଣି ପାରନ୍ତି ବୋଲି ଅନୁମାନ ଲଗାଯାଉଛି । ଏହାସହ ରାହୁଲ ବ୍ରାଜିଲ ଓ କଲମ୍ବିଆ କିଛି ମହାବିଦ୍ୟାଳୟରେ ପ୍ରୋଗାମର ଆୟୋଜନ ରଖିଛନ୍ତି ।

କିଛି ଦେଶର ରାଷ୍ଟ୍ରପତି ଓ ବରିଷ୍ଠ ନେତାଙ୍କ ସହ ବୈଠକ କରିବାର ପ୍ଲାନିଙ୍ଗ ମଧ୍ୟ ରହିଛି । ଆଉ ଏହା ଭାରତର ସମ୍ପର୍କକୁ ବିଦେଶରେ ମଜବୁତ୍ କରିବ ବୋଲି ସେ ଲେଖିଛନ୍ତି ।”