fbpx

ସାଂସଦ ପଦ ଯିବା ପରେ ଟ୍ୱିଟ୍‌ରରେ ବାୟୋ ବଦଳାଇଲେ ରାହୁଲ ଗାନ୍ଧୀ: ଲେଖିଲେ-Dis’Qualified MP

ନୂଆଦିଲ୍ଲୀ: ସୁରତର ଏକ କୋର୍ଟ ଦ୍ୱାରା ଦୁଇ ବର୍ଷ ସଜା ଶୁଣାଇବା ପରେ କଂଗ୍ରେସ ପୁର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲୋକସଭାରେ ନିଜର ସଭ୍ୟ ପଦ ହରାଇଛନ୍ତି। କଂଗ୍ରେସ ଏହାକୁ ଗଣତନ୍ତ୍ରର ହତ୍ୟା କହିବା ସହ ଦେଶବ୍ୟାପି ବିରୋଧ ପ୍ରଦର୍ଶନ କରୁଛି। ଏହାରି ମଧ୍ୟରେ କଂଗ୍ରେସ ପୁର୍ବତ୍ତନ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟରରେ ନିଜର ବାୟୋ ବଦଳାଇ ଦେଇଛନ୍ତି। ରାହୁଲ ଏଥିରେ ନିଜକୁ କଂଗ୍ରେସ ପାର୍ଟିର ସଦସ୍ୟ କହିବା ନିଜକୁ Dis’Qualified MP ଘୋଷଣା କରିଛନ୍ତି।

୨୦୧୯ ମାନହାନି ମାମଲାରେ ସୁରତ କୋର୍ଟ ଦ୍ୱାରା ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ କେରଳର ୱାୟାନାଡ ନିର୍ବାଚନମଣ୍ଡଳୀରୁ ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଲୋକସଭାରୁ ଅଯୋଗ୍ୟ ହୋଇଥିଲେ। ଲୋକସଭା ସଚିବାଳୟ ଦ୍ୱରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ମାର୍ଚ୍ଚ ୨୩ ରୁ ତାଙ୍କର ଅଯୋଗ୍ୟତା ଆଦେଶ କାର୍ଯ୍ୟକାରୀ ହେବ। ସୂଚନାଯୋଗ୍ୟ ଯେ ସୁରଟାର ଏକ କୋର୍ଟ “ମୋଦୀ ସରନେମ” ସମ୍ବନ୍ଧରେ ମନ୍ତବ୍ୟ ସମ୍ପର୍କରେ ଏହି ନିଷ୍ପତ୍ତି ଦେଇଛନ୍ତି।

କଂଗ୍ରେସ ରବିବାର ଦିନ ସମସ୍ତ ରାଜ୍ୟ ତଥା ଜିଲ୍ଲା ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ଦିନିଆ ସତ୍ୟଗ୍ରାହ ଘୋଷଣା କରି ଲୋକସଭାରୁ ପୂର୍ବତନ ଦଳର ସଭାପତି ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତାକୁ ବିରୋଧ କରିଛି।

Get real time updates directly on you device, subscribe now.