fbpx

ରାହୁଲ ଗାନ୍ଧିଙ୍କୁ ପୁଣି ନୋଟିସ: ସରକାରୀ ବଙ୍ଗଳା ଛାଡିବା ପାଇଁ ନିର୍ଦ୍ଦେଶ ଦେଲା କମିଟି

ନୂଆଦିଲ୍ଲୀ: ଲୋକସଭା ଦ୍ୱାରା ଅଯୋଗ୍ୟ ବୋଲି ଘୋଷଣା ହେବା ପରେ ସଦସ୍ୟତା ହରାଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏହାପରେ ରାହୁଲଙ୍କୁ ଆଉ ଏକ ନୋଟିସ ପଠାଇଛି ଲୋକସଭା ଆବାସ ସମିତି । କଂଗ୍ରେସ ନେତାଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳା ଖାଲି କରିବା ପାଇଁ ନୋଟିସ ଜାରି କରାଯାଇଛି । ସୁରତ କୋର୍ଟ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ଲୋକସଭା ସ୍ପିକର ରାହୁଲଙ୍କ ସଂସଦ ସଦସ୍ୟତା ଛଡାଇ ନେଇଥିଲେ ।

ସୂଚନା ଅନୁସାରେ, ରାହୁଲଙ୍କୁ ୨ ବର୍ଷ କାରାଦଣ୍ଡ ପରେ ବର୍ତ୍ତମାନ ସରକାରୀ ବଙ୍ଗଳା ମଧ୍ୟ ସେ ହରାଇପାରନ୍ତି । ଏଥିପାଇଁ ଲୋକସଭା ହାଉସିଂ କମିଟି ପକ୍ଷରୁ ରାହୁଲଙ୍କୁ ଏକ ନୋଟିସ ଜାରି କରାଯାଇଛି । ଯତାଶୀଘ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ଏହି ବଙ୍ଗଳାକୁ ଖାଲି କରିବା ପାଇଁ ଏହି ନୋଟିସରେ ଉଲ୍ଲେଖ କରାଯାଇଛି । ଲୁଟିୟାନ୍ସ ଦିଲ୍ଲୀରେ ୧୨, ତୁଗଲକ ଲେନ ନିକଟସ୍ଥ ସରକାରୀ ବଙ୍ଗଳାରେ ରହୁଥିଲେ ରାହୁଲ ଗାନ୍ଧୀ । ୨୦୦୪ ମସିହାରୁ ଏହି ବଙ୍ଗଳା ରାହୁଲ ଗାନ୍ଧୀଙ୍କ ନାମରେ ଆବଣ୍ଟନ କରାଯାଇଥିଲା । ଅମେଠୀରୁ ପ୍ରଥମ କରି ସାଂସଦ ହେବା ପରେ ତାଙ୍କୁ ଏହି ବଙ୍ଗଳା ପ୍ରଦାନ କରାଯାଇଥିଲା ।

ତେବେ ବର୍ତ୍ତମାନ ରାହୁଲଙ୍କ ହାତରୁ ସାଂସଦ ପଦ ଯିବା ପରେ ଏହି ବଙ୍ଗଳାକୁ ମଧ୍ୟ ଛାଡିବା ପାଇଁ ଲୋକସଭା ହାଉସିଂ କମିଟି ନୋଟିସ ଜାରି କରିଛି । ତେବେ ସଂସଦରୁ ତାଙ୍କ ସଦସ୍ୟତା ରଦ୍ଦ କରିବା ପରଠୁ ସାରା ଦେଶରେ ରାଜନୀତି ଜୋର ଧରିଛି । ବିଭିନ୍ନ ସ୍ତାନରେ କଂଗ୍ରେସ କର୍ମୀ ହୋ ହଲ୍ଲା କରିବା ସହ ନାରାବାଜି ଦେଉଥିବା ମଧ୍ୟ ଦେଖାଯାଉଛି ।

Get real time updates directly on you device, subscribe now.