fbpx

KKRକୁ ମିଳିଲେ ନୂଆ ଅଧିନାୟକ: ଶ୍ରେୟସ ଆୟରଙ୍କ ଜାଗାରେ IPL-୨୦୨୩ରେ ନେବେ ନେତୃତ୍ୱ

ନୂଆଦିଲ୍ଲୀ: ଆହତ ହୋଇ ଆଇପିଏଲ-୨୦୨୩ରୁ ବାଦ୍ ପଡିଛନ୍ତି କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଶ୍ରେୟସ ଆୟର । ତେଣୁ ଶ୍ରେୟସଙ୍କ ସ୍ଥାନରେ ନୂଆ ଅଧିନାୟକ ଦାୟିତ୍ୱ ନେଇଛନ୍ତି ଦଳର ଷ୍ଟାର ଖେଳାଳି । ଚଳିତବର୍ଷ ଶ୍ରେୟସଙ୍କ ସ୍ଥାନରେ ଷ୍ଟାର ବ୍ୟାଟ୍ସମ୍ୟାନ ନିତିଶ ରାଣା କୋଲକାତାର ନେତୃତ୍ୱ ନେବେ । ଟିମ ମ୍ୟାନେଜମେଣ୍ଟ ତରଫରୁ ନିତିଶ ରାଣାଙ୍କୁ ଏହି ଦାୟିତ୍ୱ ଦେବା ପାଇଁ ଘୋଷଣା କରିଛି ।

images.businessupturn.com/wp-content/uploads/2023/...

ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ଦଳ କୋଲକାତା ନାଇଡର୍ସ ଅଧିନାୟକ ଶ୍ରେୟସ ଆୟର ଆଇପିଏଲ ପୂର୍ବରୁ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ତେଣୁ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ବର୍ତ୍ତମାନ ନୂଆ ଅଧିନାୟକଙ୍କ ନାମ ଘୋଷଣା କରାଯାଇଛି । କେକେଆରର ଷ୍ଟାର ଏବଂ ଅଭିଜ୍ଞ ବ୍ୟାଟ୍ସମ୍ୟାନ ନିତିଶ ରାଣାଙ୍କୁ ଦଳର ନୂଆ ଅଧିନାୟକ ଭାବରେ ଚୟନ କରିଛି ଟିମ ମ୍ୟାନେଜମେଣ୍ଟ । ତେବେ ଶ୍ରେୟସଙ୍କ ଅନୁପସ୍ଥିତିରେ ରାଣାଙ୍କ ନେତୃତ୍ୱ ଉପରେ ସମସ୍ତଙ୍କ ନଜର ରହିବ । ପ୍ରଥମ ଥର ଆଇପିଏଲରେ ସେ ଅଧିନାୟକ ଭାର ନେବାକୁ ଯାଉଛନ୍ତି ।

ସୂଚନା ଅନୁସାରେ, ପିଠିରେ ଆଘାତ ଯୋଗୁଁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ଶ୍ରେୟସ ଭାଗ ନେଇ ପାରିନଥିଲେ । ଏହାପରେ ତାଙ୍କୁ ସର୍ଜରୀର ଆବଶ୍ୟକତା ରହିଥିବା ଜାଣିବାକୁ ମିଳିଛି । ତେବେ ଏ ନେଇ ଶ୍ରେୟସଙ୍କୁ ନିଷ୍ପତ୍ତି ନେବେ । କିନ୍ତୁ ବର୍ତ୍ତମାନ ସମୟରେ ସର୍ଜରୀ ନ କରିବା ପାଇଁ ଶ୍ରେୟସ କହୁଥିବା ବେଳେ ଏ ନେଇ ଚର୍ଚ୍ଚା ଲାଗି ରହିଛି । ଏହା ଭିତରେ ଆଇପିଏଲ ନ ଖେଳିବା ପାଇଁ ନିଷ୍ପତ୍ତି ନେବା ପରେ କୋଲକାତା ନିତିଶଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛି ।

Get real time updates directly on you device, subscribe now.