fbpx

ଗ୍ୟାସ୍ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କଲେ ରାହୁଲ ଗାନ୍ଧୀ

ନୁଆଦିଲ୍ଲୀ: ଦେଶରେ ନିରନ୍ତର ବଢୁଥିବା ଦରଦାମ ମଧ୍ୟରେ ଆଜି ପୁଣି ଥରେ ଘରୋଇ ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ । ରାହୁଲ ସରକାରଙ୍କୁ କଟାକ୍ଷ କରି କହିଛନ୍ତି ଯେ ଲକ୍ଷାଧିକ ଭାରତୀୟମାନେ ବର୍ତ୍ତମାନ ଅତ୍ୟଧିକ ମହଙ୍ଗା, ବେରୋଜଗାରୀ, ଏବଂ ଖରାପ ଶାସନର ସାମ୍ନା କରୁଛନ୍ତି । କଂଗ୍ରେସ କହିଛି ଯେ ଗତ ୮ ବର୍ଷ ମଧ୍ୟରେ ଘରୋଇ ଗ୍ୟାସ୍ ସବସିଡ୍ ରେ ମିଳୁଥିବା ଗ୍ୟାସ୍ ଦରରେ ୫୮୫ ଟଙ୍କା ବୃଦ୍ଧି ପାଇଛି । ଏଥି ସହିତ ମୋଦୀ ସରକାର ଏହାର ସବସିଡ୍ ମଧ୍ୟ ବନ୍ଦ କରିଛନ୍ତି ।

ତେବେ ରାହୁଲ କହିଛନ୍ତି ଯେ ବୃଦ୍ଧି ପାଇଥିବା ଗ୍ୟାସ୍ ଦରକୁ ପୁନଃ ଫେରସ୍ତ ନେବା ସହିତ ୨୦୧୪ରେ ଗ୍ୟାସ୍ ସିଲିଣ୍ଡର ଦର ଯାହା ଥିଲା ସେତିକିରେ ପହଞ୍ଚାଇବାକୁ ଦାବି କରିଛନ୍ତି । ଆଜି କେନ୍ଦ୍ର ସରକାର ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି କରିଛନ୍ତି । ଏହି ସଂସୋଧନ ସହିତ ୧୪.୨ କକେଜି ଘରୋଇ ଗ୍ୟାସ୍ ଦର ଏବେ ୯୯୯.୫୦ ଟଙ୍କାରେ ପହଞ୍ଚିଛି । ରାହୁଲ କହିଛନ୍ତି ଯେ ୟୁପିଏ ସରକାର ସମୟରେ ଘରୋଇ ଗ୍ୟାସ୍ ର ଦାମ ୪୧୪ ଥିଲା, ଯାହା ଆଜି ୯୯୯.୫୦ ଟଙ୍କାରେ ପହଞ୍ଚିଲାଣି ।

ଏଥି ସହିତ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ମୋଦୀ ସରକାର ସାଧାରଣ ଲୋକଙ୍କର ସମସ୍ତ ସୁରକ୍ଷା ହଟାଇ ଦେଇଛନ୍ତି । ସେସ୍ଫସବୁକରେ ହାଚଟ୍ୟାଗ୍ “ମହଙ୍ଗା ମୁକ୍ତ ଭାରତ’ ଏବଂ “ବିଜେପି ଫେଲ୍ ଇଣ୍ଡିଆ’ ନାରା ଦେଇ କହିଛନ୍ତି ଯେ କଂଗ୍ରେସ କେବେ ହେଲେ ସାଧାରଣ ଲୋକଙ୍କ ହାତ ଛାଡ଼ି ନଥିଲା । ଆମେ ସବୁବେଳେ ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ଛିଡ଼ା ହୋଇଥିବୁ ବୋଲି ସେ କହିଛନ୍ତି ।

 

Get real time updates directly on you device, subscribe now.