fbpx
BJD SKY
BJD SKY

ଟେଷ୍ଟିଂ ହେଲେ କରୋନାକୁ କାବୁ କରାଯାଇପାରିବ: ରାହୁଲ

BJD

ନୂଆଦିଲ୍ଲୀ, ୧୬ା୪:ଦେଶରେ କରୋନା ସ୍ଥିତି ଓ ତାଲାବନ୍ଦକୁ ନେଇ ରାହୁଲ ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ସବୁ ଦଳଙ୍କ ସହ ମିଶି ଦେଶର ଏହି ପରିସ୍ଥିତିରେ କାମ କରିବାକୁ ପଡ଼ିବ । କାରଣ ଦେଶର ସ୍ଥିତି ବତ୍ତର୍ମାନ ଗଭୀର ରହିଛି ତେଣୁ ସମସ୍ତେ ଏକାଠି କାମ କରିବା ଜରୁରୀ । କରୋନା ପାଇଁ ଲକଡ଼ାଉନ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ରାହୁଲ କହିଛନ୍ତି । ଲକଡାଉନ କେବଳ ପଜ୍ ବଟନ ଭଳି କାମ କରେ । କିନ୍ତୁ ଲକଡାଉନ ପାଇଁ ସ୍ୱତନ୍ତ୍ର ରଣନୀତି ଜରୁରୀ ବୋଲି ସେ କହିଛନ୍ତି । ଏହାସହ କରୋନା ପାଇଁ ଟେଷ୍ଟିଂ କରାଯିବା ସବୁଠୁ ବଡ଼ ପଦକ୍ଷେପ । ଟେଷ୍ଟିଂ ହେଲେ କରୋନାକୁ କାବୁ କରାଯାଇପାରିବ ବୋଲି ସେ କହିଛନ୍ତି । ରାପିଡ଼ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ନେଇ ଆବଶ୍ୟକ ରହିଛି ।

Get real time updates directly on you device, subscribe now.