fbpx

ଦେଖନ୍ତୁ ସାରା ଦେଶର ହଟ୍‌ସ୍ପଟ୍ ସୂଚୀ, ଆପଣଙ୍କ ଜିଲ୍ଲା ନାହିଁ ତ ?

ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହାସହ ଏବେ ଦେଶକୁ ୩ଟି ଜୋନରେ ବଣ୍ଟାଯାଇଛି । ଏହାରି ଆଧାରରେ କରୋନା କେଉଁ ଅଞ୍ଚଳକୁ କେତେ ମାତ୍ରାରେ ବ୍ୟାପିଛି ତାହାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ । ଦେଶରେ କରୋନାର ସ୍ଥିତିକୁ ଲକ୍ଷ୍ୟ କରି ପ୍ରତି ସପ୍ତାହରେ ଏହି ଜୋନକୁ ପରିବର୍ତ୍ତନ କରାଯିବ ବୋଲି ସୂଚନା ଦିଆଯାଇଛି । ଅର୍ଥାତ ସ୍ଥିତି ଅନୁସାରେ ଜିଲ୍ଲାଗୁଡ଼ିକୁ ଚିହ୍ନଟ କରାଯିବ । ଯେଉଁ ଜିଲ୍ଲାଗୁଡ଼ିକ ରେଡ୍ ଜୋନରେ ରହିଛି ସେଠାରେ ଲକଡାଉନ୍ ନିୟମକୁ ୧୪ଦିନ ପର୍ଯ୍ୟନ୍ତ କଡ଼ାକଡ଼ି ପାଳନ କରାଯିବ । ୧୪ ଦିନରେ କୌଣସି କରୋନା ସଂକ୍ରମିତ ମାମଲା ନ ଆସିଲେ ତାହାକୁ ଅରେଞ୍ଜ୍ ଜୋନରେ ସାମିଲ କରାଯିବ । ପୁଣି ପଦକ୍ଷେପ ନିଆଯିବ । ଏହି ଜୋନରେ ଲଗାତର ୨୮ ଦିନ ପର୍ଯ୍ୟନ୍ତ କୌଣସି ସଂକ୍ରମଣ ମାମଲା ନ ଆସିଲେ ତାହାକୁ ଗ୍ରୀନ୍ ଜୋନକୁ ଅଣାଯିବ । ଏବେ ଦେଶରେ ୧୭୦ଟି ଜିଲ୍ଲାକୁ ରେଡ୍ ଜୋନରେ ରଖାଯାଇଛି । ଏଥିରୁ ୧୨୩ଟି ଜିଲ୍ଲାରେ ଅଧିକ ସଂକ୍ରମଣ ମାମଲା ଥିବା ବେଳେ ୪୭ଟି କ୍ଲଷ୍ଟର ରହିଛି । ସେହିପରି ୨୦୭ଟି ଜିଲ୍ଲାକୁ ନନ୍ ହଟ୍‌ସ୍ପଟ୍ ଜୋନରେ ରଖାଯାଇଛି ।
ଦେଖନ୍ତୁ କେଉଁ ରାଜ୍ୟର କେଉଁ ଜିଲ୍ଲା ରହିଛି ରେଡ୍ ଜୋନ…
.ଆନ୍ଧ୍ରପ୍ରଦେଶ
କରନୁଲ୍‌, ଗୁନ୍ତୁର୍‌, ନେଲ୍ଲୋର, ପ୍ରକାଶମ୍‌, କୃଷ୍ଣା, ୱାଇଏସ୍‌ଆର୍‌, ୱେଷ୍ଟ ଗୋଦାବରୀ, ଚିତୁର, ଅନନ୍ତପୁର, ବିଶାଖାପଟ୍ଟନମ୍‌
. ବିହାର
ସିବାନ୍‌
. ଚଣ୍ଡିଗଡ଼
ଚଣ୍ଡିଗଡ଼
. ଛତିଶଗଡ଼
କୋରବା
. ଦିଲ୍ଲୀ
ସାଉଥ୍‌, ସାଉଥ୍ ଇଷ୍ଟ, ସାହଦରା, ୱେଷ୍ଟ, ନର୍ଥ, ସେଣ୍ଟ୍ରାଲ୍‌, ନୂଆଦିଲ୍ଲୀ, ଇଷ୍ଟ ସାଉଥ୍ ୱେଷ୍ଟ
. ଗୁଜୁରାଟ
ଅହମ୍ମଦାବାଦ୍‌, ଭଦୋଦରା, ସୁରତ, ଭାବନଗର, ରାଜକୋଟ
. ହରିଆନା
ନୁହ, ଗୁରୁଗ୍ରାମ, ପଲବଲ୍‌, ଫରିଦାବାଦ୍‌
. ଜମ୍ମୁ-କଶ୍ମୀର
ଶ୍ରୀନଗର, ବାନ୍ଦିପୋରା, ବାରମୁଲ୍ଲା, ଜମ୍ମୁ, ଉଧମପୁର, କୁପୱାଡା
. କର୍ଣ୍ଣାଟକ
ବେଙ୍ଗାଲୁରୁ ଅର୍ବାନ୍‌, ମୈସୁର, ବେଲାଗବୀ
. କେରଳ
କସରାଗୋଡ଼, କନ୍ନୁର, ଏର୍ଣ୍ଣାକୁଲମ୍‌, ମଲ୍ଲାପୁରମ୍‌, ତିରୁଭନନ୍ତପୁରମ, ପଥାନାମିତଥ୍ୟା
. ମଧ୍ୟପ୍ରଦେଶ
ଇନ୍ଦୋର, ଭୋପାଳ, ଖରଗୋନ୍‌, ଉଜ୍ଜୟନୀ, ହୋସଙ୍ଗାବାଦ୍‌
.ମହାରାଷ୍ଟ୍ର
ମୁମ୍ବାଇ, ପୁନେ, ଠାଣେ, ନାଗପୁର, ସଙ୍ଗଲୀ, ଅହମ୍ମଦନଗର, ୟବତମାଲ୍‌, ଔରଙ୍ଗାବାଦ୍‌, ବୁଲ୍ଡାଣା, ମୁମ୍ବାଇ ସବଅର୍ବାନ୍‌, ନାସିକ
. ଓଡ଼ିଶା
ଖୋର୍ଦ୍ଧା
. ପଞ୍ଜାବ
ଏସଏଏସ୍ ନଗର, ସହିଦ୍ ଭଗତ ସିଂ ନଗର, ଜଳନ୍ଧର, ପଠାଣକୋଟ
. ରାଜସ୍ଥାନ
ଜୟପୁର, ଟୋଙ୍କ, ଯୋଧପୁର, ବଂସୱାରା, କୋଟା, ଝୁନଝୁନୁ, ଜୈସଲମେର, ଭିଲୱାରା, ବିକାନେର, ଝଲୱାର, ଭରତପୁର
. ତାମିଲନାଡ଼ୁ
ଚେନ୍ନାଇ, ତିରୁଚିରାପଲ୍ଲୀ, କୋଏମ୍ବାଟୁର, ତିରୁନେଭେଲି, ଇରେଡେ, ଭେଲ୍ଲୋର, ଦିଣ୍ଡିଗୁଲ୍‌, ଭିଲ୍ଲୁପୁରମ୍‌, ତିରୁପ୍ପୁର, ଥେନି, ନମକ୍କାଲ୍‌, ଚେଙ୍ଗଲପାଟ୍ଟୁ, ମଦୁରାଇ, ଟୁଟିକୋରିନ୍‌, କରୁର, ବିରୁଧୁନଗର, କନ୍ୟାକୁମାରୀ, କୁଡ୍ଡାଲୋର, ଥିରୁଭଲ୍ଲୁର, ଥିରୁଭରୁର, ସାଲେମ୍‌, ନଗପଟ୍ଟିନମ୍‌
. ତେଲେଙ୍ଗାନା
ହାଇଦ୍ରାବାଦ୍‌, ନିଜାମାବାଦ୍‌, ୱାରଙ୍ଗଲ ଅର୍ବାନ୍‌, ରାଙ୍ଗାରେଡି, ;ଜଗେୁଏମ୍ବଗଡ଼ୱେଲ୍‌, ମେଡ଼ଚାଲମାଲକାଜ୍‌ଗିରି, କରିମ ନଗର, ନିର୍ମଲ
. ଉତ୍ତରପ୍ରଦେଶ
ଆଗ୍ରା, ଗୌତମବୁଦ୍ଧ ନଗର, ମିରଟ, ଲକ୍ଷ୍ନୌ, ଗାଜିଆବାଦ୍‌, ସାହରନ୍‌ପୁର, ସାମଲି, ଫିରୋଜାବାଦ୍‌, ମୋରଦାବାଦ୍‌
. ଉତ୍ତରାଖଣ୍ଡ
ଡେରାଡୁନ୍‌
. ପଶ୍ଚିମବଙ୍ଗ
କୋଲକାତା, ହାୱଡ଼ା, ମେଦିନିପୁର ଇଷ୍ଟ, ୨୪ ପ୍ରଗଣା ନର୍ଥ

ଦେଖନ୍ତୁ ଅନ୍ୟ ବର୍ଗର ସୂଚୀ..

Get real time updates directly on you device, subscribe now.