fbpx
BJD SKY
BJD SKY

ମାସ୍କ ଲଗାଇ ବିବାହ ରଚିଲେ ବର-କନିଆ

BJD

ଲକ୍-ଡାଉନ ସରିବା ପରେ ଜଣେ ଦମ୍ପତ୍ତିଙ୍କ ବିବାହ ହେବାକୁ ଥିବା ବେଳେ ଲକ୍-ଡାଉନ ପୁଣି ବଢିଗଲା । ବିବାହ ପୂର୍ବରୁ ସମସ୍ତ ରୀତିନୀତି ସମାପ୍ତ ହୋଇଥିବାରୁ ବାଧ୍ୟତାମୂଳକ ଭାବେ ବିବାହ ହୋଇଥିଲା । କିନ୍ତୁ ବରଯାତ୍ରୀଙ୍କ ସହ ବର-କନ୍ୟା ମାସ୍କ ପିନ୍ଧି ବିବାହ କରିବା ସହ ସାମାଜିକ ଦୂରତାକୁ ଅନୁସରଣ କରି ନିଆଁ ଚାରିପାଖରେ ୭ ଫେରା ନେଇଥିଲେ ।

ହୋଇଶଙ୍ଗାବାଦରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ସେଓନି ମାଲୱା ତହସିଲର ଗ୍ରାମ ଝକଲାୟରେ ହୋଇଥିବା ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଲକ୍-ଡାଉନର ନିୟମ ଅନୁସାରେ, ୪ ବରଯାତ୍ରୀଙ୍କୁ ନେଇ ବର କନିଆ ଘରେ ପହଞ୍ଚିଥିଲା । ମାସ୍କେ ଲଗାଇ ଓ ସାମାଜିକ ଦୂରତା ଅନୁସରଣ କରି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବହୁ ସୀମିତ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ବର ହେମନ୍ତ ଓ କନ୍ୟା ବ୍ରଜେଶ୍ୱରୀର ବିବାହ ହୋଇଥିଲା । ତେବେ ସେମାନଙ୍କ ବିବାହ ଏପ୍ରିଲ ୧୫ରେ ସ୍ଥିର ହୋଇଥିଲା ।

Get real time updates directly on you device, subscribe now.